Below header

କି ଦିନ ଦେଖାଇଲା କରୋନା ! ଅଧ୍ୟାପିକା ପଜିଟିଭ୍ ଚିହ୍ନଟ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ତାଲା

ସମ୍ବଲପୁର (କେ ନ୍ୟୁଜ୍‌) : କରୋନା ଏମିତି ଦିନ ଦେଖାଇବ ବୋଲି କେହି କେବେ ଭାବିବି ନଥିବେ । କରୋନା ମହାମାରୀ ଯୋଗୁଁ ଏବେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ପଡ଼ିଲା ତାଲା। ଜଣେ ଅଧ୍ୟାପିକା କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।
ତେବେ ଅତ୍ୟନ୍ତ ଦୁଃଖଦାୟକ କଥା ହେଉଛି ଗତକାଲି ଏହି ଅଧ୍ୟାପିକାଙ୍କୁ ସ୍ୱାମୀଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା ।
ତେଣୁ ସେ ନିଜେ ମଧ୍ୟ ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟକୁ ବିଶୋଧନ କରାଯିବ । ତେଣୁ କର୍ମଚାରୀମାନଙ୍କୁ ଘରେ ରହିବା ପାଇଁ କୁହାଯାଇଛି । କରୋନା ମୁକ୍ତ ଅଂଚଳ ଘୋଷଣା ନହେବା ପର‌୍ୟ୍ୟନ୍ତ vssut ଗେଟ ସିଲ୍ ରହିବ। ଏଠାରେ କାର‌୍ୟ୍ୟରତ ସିଭିଲ ଇଂଜିନିଅରିଂ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର କରୋନା ପଜିଟିଭ । ଗତକାଲି ତାଙ୍କ ସ୍ବାମୀ ଯିଏକି ଅନୁଗୁଳ ନାଲକୋ ଡିଜିଏମ୍ ଭାବେ କାର‌୍ୟ୍ୟରତ ଥିଲେ ତାଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି ଦମ୍ପତି କିଛି ଦିନ ତଳେ ବୁର୍ଲା vssut ସିଭିଲ ଇଂଜିନିଅରିଂ ବିଭାଗ ସହ ଅନ୍ୟ ବିଭାଗ, ମୁଖ୍ୟ କାର‌୍ୟ୍ୟାଳୟ ଆଦି ବୁଲିଥିଲେ ।

VSSUT-2

ସ୍ବାମୀଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ପଜିଟିଭ ଆସିବା ପରେ ତାଙ୍କୁ ଅନୁଗୁଳ ତାଳଚେର ସ୍ଥିତ କୋଭିଡ ହସପିଟାଲକୁ ପଠାଯାଇଥିଲା । ତେବେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ମୃତ୍ୟୁ ଦିନ ହିଁ ଅଧ୍ୟାପିକା କରୋନା ପଜିଟିଭ ଆସିଥିବା ଜଣାପଡ଼ିଥିଲା । ତାଙ୍କୁ କଟକ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହାପରେ ସିଭିଲ ଇଂଜିନିଅରିଂ ବିଭାଗ ସହ ଅନ୍ୟ ବିଭାଗର ସମସ୍ତ ଟିଚିଂ ଓ ନନ ଟିଚିଙ୍ଗ ଷ୍ଟାଫଙ୍କୁ କଲେଜ ନଆସିବା ପାଇଁ ନିର୍ଦେଶ ଜାରି କରାଯାଇଛି । ଅଧ୍ୟାପିକାଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ସମସ୍ତ ଅଧ୍ୟାପକଙ୍କ କରୋନା ଟେଷ୍ଟ ମଧ୍ୟ କରାଯିବ ।
ସତରେ କରୋନା ଏଭଳି କଷ୍ଟ ଦେଉଛି ଯାହାକୁ ସାମନା କରିବା ଅତ୍ୟନ୍ତ କଷ୍ଟକର । ନିଜ ସ୍ୱାମୀଙ୍କ ମୃତ୍ୟୁର ଦୁଃଖରେ ଭାଙ୍ଗି ପଡ଼ିଥିବା ଅଧ୍ୟାପିକା ଏବେ କୋଭିଡ୍ ହସପିଟାଲରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.