କୁକୁରର ଛୁଆଙ୍କୁ କିଡନାପ ବ୍ୟକ୍ତି ଖେଳୁଥିଲେ ଖେଳ, ଏହିପରି ଭାବେ ନିଜ ଛୁଆଙ୍କୁ ବଞ୍ଚାଇଲା କୁକୁର, ଦେଖନ୍ତୁ ଭିଡିଓ

ସାଧାରଣତଃ ସୋସିଆଲ ମିଡିଆରେ ଆପଣ କୁକୁରର ବହୁତ ଭାଇରଲ ଭିଡିଓ ଦେଖିଥିବେ ଓ ଏହାକୁ ପସନ୍ଦ ମଧ୍ୟ କରିଥିବେ । ତେବେ ଏଥର ଏକ କୁକୁରର ଏକ ସୁନ୍ଦର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ବୁଝିଯିବେ କି କୁକୁର କେତେ ବୁଦ୍ଧିମାନ ହୋଇଥାନ୍ତି । ଭିଡିଓରେ ଜଣେ ବ୍ୟକ୍ତି କୁକୁରଟି ପାଖରୁ ତାର ଛୁଆଗୁଡ଼ିକୁ ନେଇ ଆସି ତା ସହ ଖେଳିବାକୁ ଲାଗିଲା । କୁକୁରଟି ବୁଝି ଯାଇଥିଲା କି ଏହି ଖେଳରେ ଜିତିବା ପରେ ହିଁ ସେ ତାର ଛୁଆମାନଙ୍କୁ ମୁକୁଳାଇ ପାରିବ । ତେବେ କୁକୁରଟି ନିଜର ଉପସ୍ଥିତ ବୁଦ୍ଧି ଖଟାଇ ନିଜର ପିଲାଙ୍କୁ ବ୍ୟକ୍ତି ଜଣଙ୍କ କବଳରୁ ମୁକ୍ତ କରିପାରିଥିଲା ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ବ୍ୟକ୍ତି ଜଣକ କୁକୁର ପାଖରେ ଏକ ବକ୍ସ ରଖିଛନ୍ତି ଏବଂ ନିଜ ପାଖରେ ଗୋଟିଏ ଯେଉଁଥିରେ ସେ କୁକୁଡ଼ା ଛୁଆ ଗୁଡିକୁ ନିଜ ପାଖରେ ରଖିଛି । ତାପରେ ଏକ ବଲ ଓ ଦୁଇଟି ଖୋଳ ଦ୍ୱାରା ଖେଳୁଛି । ଏହାକୁ ବୁଲାଇ ବୁଲାଇ ରଖିବା ପରେ କୁକୁରଟି କହୁଛି ଯେ ବଲଟି କେଉଁ ଖୋଳ ତଳେ ଅଛି । ତେବେ କୁକୁରର କହିବା ଅନୁସାରେ ଯଦି ତା ଉତ୍ତର ଠିକ ତେବେ ବ୍ୟକ୍ତି ଜଣକ ତାକୁ ଗୋଟିଏ ଲେଖାଏଁ ଛୁଆ ଦେଉଛନ୍ତି । ଏହିପରି ଭାବେ କୁକୁରଟି ସବୁଥିରେ ଜିତିଯିବା ପରେ ତାକୁ ତାର ସମସ୍ତ ଛୁଆ ଗୁଡିକ ମିଳିଯାଉଛି ।


ତେବେ ସମସ୍ତ ପିଲାକୁ ନିଜ ପାଖକୁ ଆଣିସାରିବା ପରେ ଯେତେବେଳେ ଉକ୍ତ ବ୍ୟକ୍ତି ଜଣକ ପୁଣି ତା ଛୁଆ ଥିବା ବାକ୍ସରେ ହାତ ଲଗାଉଛି ସେତେବେଳେ ସେ ତାଙ୍କୁ ରୋକି ଦେଉଛି । କୁକୁରଟିର ଏହି ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.