ଜେସିବି ଧକ୍କାରେ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍: ୨୫ ଆହତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): ବସ୍‌କୁ ଧକ୍କା ଦେଲା JCB। କେନ୍ଦ୍ରାପଡ଼ା ଗଣ୍ଡାଖିଆ ରାସ୍ତା ଓସ୍ତପୁର ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱର ଆସୁଥିବାବେଳେ ହତାଠ୍‌ ଜେସିବି ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତା କଡକୁ ଖସି ପଡିଥିଲା। ତେବେ ଗଛରେ ଲାଖି ଅଧାରେ ଅଟକି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.