କି ଅଜବ କଥା ! ନିଜ ବସ୍‌ ଟାଇମିଂରେ ଆଉ ଜଣେ ବସ୍‌ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍‌ ମାଲିକ

ତାଳଚେର(କେନ୍ୟୁଜ୍): ବସ୍‌ ମାଲିକଙ୍କ ଦାଦାଗିରି । ନିଜ ବସ୍‌ ଟାଇମିଂରେ ଆଉ ଜଣେ ବସ୍‌ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍‌ ମାଲିକ । ତାଳଚେର ବସଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଢେଙ୍କାନାଳରୁ ତାଳଚେର ଅନେକ ବସ ଚାଲେ । କିଏ କାହା ଆଗରେ ଯିବ, କିଏ କାହା ସମୟରେ ଚାଲିବ ତାକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଇଥାଏ । ଆଜି ଏଭଳି ଏକ ବିବାଦ ଦେଖିବାକୁ ମିଳିଛି । ତାଳଚେରରେ ଜଣେ ବସ୍‌ ମାଲିକ ଅନ୍ୟ ବସ୍‌ ଡ୍ରାଇଭରଙ୍କୁ ତାଙ୍କ ବସ୍‌ ଟାଇମରେ କାହିଁକି ଗାଡ଼ି ଚଳାଇଲ ବୋଲି ଗାଳି କରିବା ସହ ଆଣ୍ଠେଇ ଦେଇଥିଲେ । ଯାହାର ଭିଡିଓ ଭାଇରାଲ୍‌ ହୋଇଛି । ତେବେ ଏହି ଘଟଣା ବସଷ୍ଟାଣ୍ଡ ନିକଟରେ ଥିବା ଫାଣ୍ଡି ସମ୍ମୁଖରେ ହିଁ ଘଟିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.