ରାଜ୍ୟ-ରାଜ୍ୟ ମଧ୍ୟରେ ଆରମ୍ଭ ହୋଇପାରେ ବସ୍‌ ସେବା, ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ବର: ରାଜ୍ୟ-ରାଜ୍ୟ ମଧ୍ୟରେ ଆରମ୍ଭ ହୋଇପାରେ ବସ୍‌ ସେବା । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବା ପରେ ରାଜ୍ୟ ସରକାର ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି କେନ୍ଦ୍ର ସରକାର । ପୂର୍ବ ଭଳି ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବା ନିୟମ ଅବ୍ୟାହତ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତକାଲି କେନ୍ଦ୍ର ଗାଇଡ୍‌ ଲାଇନ ଆଧାରରେ ଜିଲ୍ଲା ପ୍ରଶାସନ ଜୋନ୍‌ର ସୀମା ନିର୍ଦ୍ଧାରଣ କରିପାରିବେ। କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ସବୁଠି, ରାଜ୍ୟ-ରାଜ୍ୟ ସହମତିରେ ଅନ୍ତଃ ରାଜ୍ୟ ଗାଡ଼ି ବସ ଚଳାଚଳ କରି ପାରିବ। ରାଜ୍ୟ ଭିତରେ ଗାଡ଼ି ବସ ଚଳାଚଳ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.