Below header

ଘରକୁ ଯିବା ପାଇଁ ବାଇକ୍‌କୁ ଝୁଲା ସହିତ ଯୋଡି ଯୁବକ କଲେ ଏପରି ଆବିଷ୍କାର, ଯାହାକୁ ଦେଖି ଲୋକେ ଚକିତ

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏଥିପାଇଁ ଗରିବ ପ୍ରବାସୀ ଶ୍ରମିକ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଚେଟୋ କରୁଛନ୍ତି। କିଏ ଚାଲି ଚାଲି ଘରକୁ ଫେରୁଛନ୍ତି, ତ କିଏ ମିକ୍ସଚର ମେସିନରେ ପଶି ନିଜ ଭିଟାମାଟିକୁ ଫେରୁଛନ୍ତି। ଏମିତି କିଛି ଭାଇରାଲ ଫଟୋ ଏବଂ ଭିଡିଓ ଆପଣ ନିଶ୍ଚିତ ସୋସିଆଲ ମିଡିଆରେ ଦେଖିଥିବେ।ପୁଣି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଶ୍ରମିକ ନିଜ ପରିବାର ସହିତ ଘରକୁ ଫେରିବା ପାଇଁ ଏପରି କୌଶଳ ଆପଣାଇଛନ୍ତି, ଯାହା ଆପଣଙ୍କୁ ଚକିତ କରିଦେବ।

juggad2

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ନିଜର ପରିବାରସହିତ ଘରେ ପହଞ୍ଚିବା ପାଇଁ ନିଜ ବାଇକକୁ ଏବଂ ଝୁଲା ସହିତ ଯୋଡି ଦେଇଛନ୍ତି। ସେ ନିଜର ଦୁଇ ସିଟ୍‌ ବାଇକକୁ ୪ ଏପରି ପରିବର୍ତ୍ତନ କରିଦେଇଛନ୍ତି ଯେ, ଯେଉଁଥିରେ ଦୁଇ ନୁହେଁ ଚାରି ଜଣ ଆରାମରେ ଯାଇପାରିବେ।

ଭିଡିଓରେ ଦେଖିବାକୁ ମିଳିଛି କି ବ୍ୟକ୍ତି ଜଣକ ବାଇକରେ ଝୁଲାକୁ ଏକ ଷ୍ଟିଅରିଂ ଜରିଆରେ ଯୋଡି ଦେଇଛନ୍ତି। ସେହି ବ୍ୟକ୍ତି ଜଣକ ଷ୍ଟିଅରିଂ ଜରିଆରେ ଝୁଲାକୁ ବାଲାନ୍ସ କରି ଆଗକୁ ଯାଉଛନ୍ତି। ଏହି ଭିଡିଓକୁ ଦେଖି ଲୋକ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଏହାକୁ ମୋରିକୋ କମ୍ପାନୀର ଚେୟାରମ୍ୟାନ ହର୍ଷ ମାରୀବାଲା ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଏହି ଲୋକଙ୍କ ଯୁଗାଡ ଦେଖି ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.