କ୍ୱାରେଣ୍ଟିନରେ ରହିଲେ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି, କିନ୍ତୁ କାହିଁକି ଜାଣନ୍ତୁ

ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଘାରିଛି କରୋନା ଭୟ। ଅଭିନେତା ଏବଂ ତାଙ୍କ ପରିବାରକୁ କ୍ୱାରେଣ୍ଟିନରେ ରଖାଯାଇଛି। ନୱାଜୁଦ୍ଦିନ ସିଦ୍ଦିକି ଗତ ମେ ୧୧ ତାରିଖରେ ପ୍ରଶାସନଙ୍କ ଅନୁମତି ନେଇ ମୁମ୍ବାଇରୁ ନିଜ ଘର ମୁଜ୍ଜ୍ଵଫରନଗର ବୁଢାନାକୁ ଆସିଥିଲେ। ତାଙ୍କ ସହିତ ପରିବାରର ଚାରି ଜଣ ସଦସ୍ୟ ମଧ୍ୟ ଆସିଥିଲେ।

ଏହାପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ତାଙ୍କୁ ଏବଂ ତାଙ୍କ ପରିବାରକୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନୱାଜୁଦ୍ଦିନଙ୍କ ସହିତ ତାଙ୍କ ମା, ଭାଇ ଏବଂ ଭାଇଙ୍କ ସ୍ତ୍ରୀକୁ ହୋମ କ୍ୱାରେଣ୍ଟିନ କରାଯାଇଛି। ଅଭିନେତା ଏବଂ ତାଙ୍କ ପରିବାରର କ୍ୱାରେଣ୍ଟିନ ଅବଧି ମେ ୨୫ ତାରିଖରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.