ସଇଁତଳାରେ ମଦ ବ୍ୟବସାୟୀଙ୍କୁ ଗୁଳି କରି ଲୁଟି ନେଲେ ୩ ଲକ୍ଷ ଟଙ୍କା

ଟିଟିଲାଗଡ଼(କେନ୍ୟୁଜ୍): ମଦଭାଟି ମ୍ୟାନେଜରଙ୍କୁ ଗୁଳି ମାରି ଟଙ୍କା ଲୁଟ। ଦିନ ଦ୍ୱିପହରେ ଟିଟିଲାଗଡ଼ ସଇଁତଳାରେ ଗୁଳି ମାରି ୩ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ବେବିନା ମଦଭାଟି ମ୍ୟାନେଜର ନାରାୟଣ ପ୍ରସାଦ ଓ ତାଙ୍କ ସହଯୋଗୀ ଦିନ ୧୨ଟା ବେଳେ ୩ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟି ନେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସଇଁତଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କେଉଁ କାରଣରୁ ଗୁଳିମାଡ଼ କଲା ତାହା ଜଣାପଡ଼ି ନାହିଁ।

Leave A Reply

Your email address will not be published.