ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଳୀ : ପଶ୍ଚିମବଂଗରେ ମମତା ବାନାର୍ଜୀଙ୍କ ୟୁନାଇଟେଡ ଇଣ୍ଡିଆ ମହା ଗଠବନ୍ଧନକୁ ବିଜେପିର ଆକ୍ଷେପ। ଏହି ମେଣ୍ଟ ନୀତିହୀନ ଓ ନେତୃତ୍ୱହୀନ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୁପେନ୍ଦର ଯାଦବ। ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେବଳ ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ଏହି ମେଣ୍ଟ କରାଯାଇଛି । ବିଜେପି ଠାରୁ ଭୟଭୀତ ହୋଇ ଦଳମାନେ ଏକାଠି ହୋଇଛନ୍ତି।

ଲୋକମାନେ ବିଜେପି ଆଡ଼କୁ ମନ ବଳାଇଛନ୍ତି। ୨୦୧୯ରେ ବିଜେପି କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ସରକାର କରିବ । ଓଡିଶାରେ ବି ବିଜେପି ସଂଖ୍ୟାଗରିଷ୍ଠତା ଲାଭ କରି ସରକାର ଗଢିବ । କୃଷି କ୍ଷେତ୍ରରେ କେନ୍ଦ୍ର ସରକାର ଉନ୍ନତିମୂଳକ ଯୋଜନା କରିଛନ୍ତି। କିନ୍ତୁ ଓଡିଶାରେ କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନାହିଁ । ରାଜ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି ବୋଲି ଭୁପେନ୍ଦର ଯାଦବ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.