ଜମୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର, ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ରାଲି କରିବାର ରହିଛି କାର୍ଯ୍ୟକ୍ରମ

ବାଲେଶ୍ୱର/ତିର୍ତ୍ତୋଲ: ପାଖେଇ ଆସୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ତିର୍ତ୍ତୋଲରେ ଜମୁଛି ଉପନିର୍ବାଚନ ପ୍ରଚାର । ମୈଦାନରେ ଦମ୍‌ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବାଇକ୍‌ ରାଲି, କର୍ମୀ ସମ୍ମିଳନୀ କରି ଭୋଟରଙ୍କ ସମର୍ଥନ ଲୋଡୁଛନ୍ତି ଦଳୀୟ ନେତା ଓ ସମର୍ଥକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ରଘୁନାଥପୁର ବ୍ଲକରେ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ପ୍ରଶାନ୍ତ ମୁଦୁଲି, ଦେବାଶିଷ ସାମନ୍ତରାୟ, ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ନେଇ ଏକ ବୈଠକ କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନେତା ଓ ସମର୍ଥକଙ୍କୁ ଧରି ପ୍ରଚାର କରୁଛନ୍ତି । ସେହିପରି ରଘୁନାଥପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ସମର୍ଥକଙ୍କ ସହ ବାଇକ୍‌ ରାଲି କରି ଭୋଟ୍‌ ଭିକ୍ଷା କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକ ବିରିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଘର ଘର ବୁଲି ଭୋଟ୍‌ ମାଗିବା ସହ ପ୍ରଚାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.