ଖୋଲିବ କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି ; କିଛି ସମୟ ପରେ JMFC କୋର୍ଟରେ ହାଜର ହେବେ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଭୋଇ

ଭଦ୍ରକ(କେନ୍ୟୁଜ): ଖୋଲିବ କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି । ସତ ଉଗାରିବେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । ଚାନ୍ଦବାଲି ଥାନାରେ ଶର୍ମିଷ୍ଠା ଓ ସହଯୋଗୀଙ୍କୁ ପଚରାଉଚରା କରାଯାଇଛି । କିଛି ସମୟ ପରେ JMFC କୋର୍ଟରେ ଦୁହିଁଙ୍କୁ ହାଜର କରାଯିବ । ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଆଖିରେ ଧୂଳି ଦେଇ ବାହାରେ ବୁଲୁଥିଲେ ।

ଆଜି ସେମାନଙ୍କୁ ଗିରଫ କରିଛି ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ୍‌ । କୋଲକାତାରୁ ବସ୍‌ରେ ଭୁବନେଶ୍ୱର ଆସିବା ବେଳେ ଭଦ୍ରକ ନଳାଙ୍ଗରୁ ଗିରଫ କରାଯାଇଛି । ଅଧିକ ତଥ୍ୟ ବାହାର କରିବାକୁ ସେମାନଙ୍କୁ ରିମାଣ୍ଡରେ ଆଣିବ କ୍ରାଇଣମବ୍ରାଞ୍ଚ । ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଶର୍ମିଷ୍ଠାଙ୍କ ମୁହଁରୁ ବାହାର କରିବ । ମାନସ ସ୍ୱାଇଁ ହତ୍ୟା ମାମଲାରେ ଏଯାଏ ପୋଲିସ ୮ ଜଣଙ୍କୁ ଗିରଫ କରି ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.