ସରକାରୀ ପଦବୀ ଲୋଭକୁ ରୋକିପାରିଲାନି କରୋନା ଭୟ, ୩୦୦ ANM ପଦବୀ ପାଇଁ ଲାଗିଲା ଆଶାୟୀଙ୍କ ନାହିଁ ନଥିବା ଭିଡ

ଯାଜପୁର ଟାଉନ( କେ ନ୍ୟୁଜ ): ସରକାରୀ ପଦବୀ ଲୋଭ ମାନୁନି କରୋନା କଟକଣା । ଗୋଟେ ପଟେ କୋରୋନା ମହାମାରୀ ସଂକ୍ରମଣ କମେଇବାକୁ ସରକାର ଏକ ପ୍ରକାର ନୟାନ୍ତ ହୋଇସାରିଥିବା ବେଳେ ଅନ୍ୟ ପଟରେ ସରକାରୀ ପଦବୀ ପୁରଣ ପାଇଁ ଚାଲିଛି ସାକ୍ଷାତ୍କାର ପରୀକ୍ଷା । ଯାଜପୁରରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଭିନ୍ନ କଟକଣା ଭିତରେ ANM ପଦବୀ ପୁରଣ ପାଇଁ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଆଜି ଯାଜପୁର ଜିଲ୍ଲାରେ ଖାଲି ପଡିଥିବା ୩୦୦ରୁ ଉର୍ଦ୍ଧ୍ବ ଏଏନଏମ ପଦବୀ ପାଇଁ ଏହି ସାକ୍ଷାତକାର ପରୀକ୍ଷାର ଆୟୋଜନ କରାଯାଇଥିଲା ।

କିନ୍ତୁ କେନ୍ଦ୍ରରେ ଅଧିକ ଭିଡ଼ ହେବାରୁ ସାମାଜିକ ଦୂରତା ଭଙ୍ଗ ହେଉଥିବା ଦେଖା ଦେଇଥିଲା । ଏହା ପରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ଥିଲେ । ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ସାକ୍ଷାତକାର ସମୟରେ ପ୍ରାର୍ଥୀଙ୍କ ସମେତ ଅଧିକ ସଂଖ୍ୟକ ଅଭିବାବକ ମାନେ ଉପସ୍ଥିତ ଥିବା ନଜର ଆସିଥିଲେ । ବାଧ୍ୟ ହୋଇ ପୋଲିସ ସେମାନଙ୍କୁ କ୍ୟାମ୍ପସ ବାହାରକୁ ବିଦା କରିବା ପରେ ସାକ୍ଷାତକାର ପରୀକ୍ଷା ସାମାଜିକ ଦୂରତା ମଧ୍ୟରେ ସ୍ୱାଭାବିକ ଭାବେ ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.