କମି ଚାଲିଛି କରୋନା ପ୍ରାଦୁର୍ଭାବ, ଗତ ୨୪ ଘଣ୍ଟାରେ ରାଜଧାନୀରୁ ମାତ୍ର ୮୮ ପଜିଟିଭ କେଶ, ୨୩୦ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କମି ଚାଲିଛି କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରୁ ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ବା ବିଏମସି କତ୍ତୃପକ୍ଷ । ଯେବେକି ଗତ ୨୪ ଘଣ୍ଟା ଭିତରେ ୨୩୦ ଜଣ ସୁସ୍ଥତା ଲାଭ କରି ଘରକୁ ଫେରିଛନ୍ତି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୭ ଜଣ ପୂର୍ବରୁ କୱାରେଣ୍ଟିନ ସେଣ୍ଟରରେ ଥିବା ବେଳେ ୧୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି ।

ସେମଧ୍ୟରୁ ୭୧ ଜଣ ଲୋକାଲ କଣ୍ଟକଟରୁ ସଙ୍କାମିତ ହୋଇଥିବା ନେଇ ରିପୋର୍ଟ ଆସିଛି । ଆଜିର ସଂଖ୍ୟାକୁ ମିଶାଇ ରାଜଧାନୀରେ ମୋଟ ୨୮୭୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬୦୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଯେବେକି ୧୯୯୬ ଟି ଆକ୍ଟିଭ କେଶ ରହିଛି । ଯେବେକି ସହରରୁ ୧୫୮ ଜଣଙ୍କ ଜୀବନ କରୋନା କାରଣରୁ ଯାଇସାରିଲାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.