Below header

ବର୍ଷା ବିତ୍ପାତରେ ବେହାଲ ଓଡିଶା, ବନ୍ୟାରେ ଭାସିଗଲା କାର ଓ ଓଲଟି ପଡିଲା ଟ୍ରକ, ଦୁଇ ମୃତ

ଆନନ୍ଦପୁର,କରଞ୍ଜିଆ(କେନ୍ୟୁଜ୍): ବର୍ଷା ପିତ୍ପାତରେ ବେହାଲ ଓଡିଶା। କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ବନ୍ୟାପଣି ଗାଁ ଆଡକୁ ମାଡି ଆସିଛି। ଅନେକ ଲୋକେ ଜଳବନ୍ଦୀରେ ରହିଛନ୍ତି। ଦୁଇ ଦିନର ଲଗାଣ ବର୍ଷାରେ ପୁରା ବେହାଲ ହୋଇଯାଇଛି ଜନ ଜୀବନ। ଏହି ଲଗାଣ ବର୍ଷାରେ ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଜଞ୍ଜାଳି ନାଳ ଉପରେ ଥିବା ଛୋଟ ପୋଲ ଏକ କାର ଭାସି ଯାଇଛି। ଯାହାର ଭିଡିଓ ଭାଇରାଲ  ହେବାରେ ଲାଗିଛି।  ନାଳ ପାର୍ଶ୍ୱରେ ଗୋଟିଏ ମୃତ ଦେହ ଗଛରେ ଲାଗିଥିବା ଦେଖିବାକୁ ମିଳିଛି। ଚିଆଁବେଡ଼ାରୁ ମନହରପୁର ରାସ୍ତାରେ ଏହି ଜଂଜାଳି ନାଳ ଟି ପଡିଥାଏ। ତେବେ ଭୋର ସମୟରେ ଗ୍ରାମବାସୀ ମାନେ ଏହି ଗାଡିଟି ସେହି ରାସ୍ତାରେ ଯାଉଥିବା ଦେଖିଥିଲେ ।  ଗାଡି ଭିତରେ ୪-୫ ଜଣ ଥିବା ଗ୍ରାମବାସୀ ମାନେ ଅନୁମାନ କରିଛନ୍ତି।  ନାଳରୁ ପାଣି ଶୁଖିବା ପରେ ଗାଁ ଲୋକ ମାନେ କାର ଟିକୁ ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ବର୍ଷା ଅଧିକ ଥିବାରୁ ବିଳମ୍ବରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

anandpur dead

ସେହିଭଳି କେନ୍ଦୁଝରର ସୁଆମିପାଟଣାରେ ଏକ ଧାନ ବୋଝେଇ ଟ୍ରକ ବନ୍ୟାପାଣିରେ ଭାସି ଯାଇଥିବାର ଦେଖିବାକୁ ମିଳିଛି । ଯାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଦେଖିଲେ ଛାତି ଥରି ଉଠିବ। ପ୍ରଖର ସ୍ରୋତରେ କିଭଳି ଟ୍ରକଟି ନିମିଷକରେ ନଦୀ ଗର୍ଭକୁ  ଚାଲିଯାଉଛି  ତାହାର  ଭିଡିଓ ଉତ୍ତୋଳନ କରିଛନ୍ତି ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ। ଏହି ଘଟଣାରେ ଡ୍ରାଇଭର ଜଣକ ମୃ‌ତ୍ୟୁ ବରଣ କରିଥିବାର ସୂଚନା ମିଳିଛି

truck

ସେହିଭଳି କରଞ୍ଜିଆରେ ବନ୍ୟା ପାଣିରେ ଓଲଟିଲା ଟ୍ରକ । ଓଲଟିବା ପରେ ପାଣିର ପ୍ରଖର ସ୍ରୋତରେ  ଭାସି ଯାଇଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରକଟିର ଡ୍ରାଇଭରଙ୍କର   ମୃତ  ହୋଇଥିବା ସୂଚନା ମିଳିଛି। । ବୈତରଣୀ ନଦୀର ଶାଖା ସାନ ପୋଲିଆ ନଦୀରେ ବନ୍ୟା ଆସିଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଓଲଟି ପଡ଼ିଥିଲା ।  ଜଳର ସ୍ରୋତ ପ୍ରଖର ରହିଥିବାରୁ ଟ୍ରକକୁ ଉଦ୍ଧାର କରାଯାଇପାରିନାହିଁ । ଘଟଣାସ୍ଥଳରେ ଚଢ଼େଇଭୋଳ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.