Below header

ଡ୍ରଗ୍‌ସ ସେବନ କରୁଥିବା ନେଇ ନିଜେ ସ୍ୱୀକାର କଲେ ରିୟା, ହ୍ଵାଟ୍ସଆପ୍‌ ଚାଟ୍‌ରୁ ହେଲା ଖୁଲାସା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡଙ୍କୁ ସୁଶାନ୍ତଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଜେରା କରୁଛି ଇଡି। ଇଡିର ଜେରା ବେଳେ ରିୟାଙ୍କ ପୁରୁଣା ହ୍ଵାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଛି। ଏଥିରୁ ଜଣାଯାଇଛି ଯେ ରିୟାଙ୍କ ସମ୍ପର୍କ ଡ୍ରଗ୍‌ ଡିଲରଙ୍କ ସହ ଥିଲା। ଏହାର ତଦନ୍ତ ପାଇଁ ନାର୍କୋଟିକ୍ସ ଏଜେନ୍ସିଠାରୁ ସାହାଯ୍ୟ ମଗାଯାଇଛି। ତେବେ ଏହି କଥା ସାମ୍ନାକୁ ଆସିବା ପରେ ରିୟାଙ୍କ ଓକିଲ କହିଛନ୍ତି ରିୟା କୌଣସି ଡ୍ରଗ୍‌ ସେବନ କରନ୍ତି ନାହିଁ ଏଣୁ ସବୁ ପ୍ରକାର ପରୀକ୍ଷା ପାଇଁ ସେ ପ୍ରସ୍ତୁତ।

rhea3

ରିୟାଙ୍କ ଓକିଲ ରିୟାଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରୁଥିଲେ ମଧ୍ୟ ୮ ମାର୍ଚ୍ଚ,୨୦୨୦ର ଚାଟ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରିୟା ଆଗରୁ ଡ୍ରଗ୍‌ ସେବନ କରୁଥିଲେ। ରିୟା ଚାଟ୍‌ରେ ଲେଖିଛନ୍ତି ‘ଅଧିକ ନିଶାଯୁକ୍ତ ଡ୍ରଗ୍‌ ମୁଁ କେବେ ସେବନ କରିନାହିଁ। କେବଳ ଥରେ MDMA ହିଁ ନେଇଥିଲି’।

rhea

ଏହି ପୂରା ମାମଲାକୁ ଏବେ ଦେଶର ସବୁଠୁ ବଡ଼ ଏଜେନ୍ସି ସିବିଆଇ ଓ ଇଡି ପରିଚାଳନା କରୁଛନ୍ତି। ସୁଶାନ୍ତଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ପ୍ରମାଣକୁ ଏବେ ସିବିଆଇ ବହୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି। କୌଣସି ଛୋଟ ଜିନିଷକୁ ବି ଛାଡ଼ୁନି ସିବିଆଇ। ଏଣୁ ଖୁବ୍‌ଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.