ଯାଜପୁର: ଧଳା ସୂତା ପରି ବିରଳ ପ୍ରଜାତି କୀଟ ଉଦ୍ଧାର, କହିଲେ ଦେଖି ଏହା ବାସ୍ତବରେ କେଉଁ ଜୀବ

ଯାଜପୁର (କେନ୍ୟୁଜ୍): ଶରୀରଟି ପୂରା ଧଳା । ପ୍ଲାଷ୍ଟିକ୍ ସୂତା ପରି ପତଳା । ବେଶ୍ କେଇ ମିଟର ଲମ୍ବା । ଏହି ଜୀବଟିକୁ ସ୍ଥିର ହୋଇ ନଦେଖିଲେ କେହି କହି ପାରିବେ ନାହିଁ ଯେ ଏହା ଏକ କୀଟ ବୋଲି। ଏଠାକାର ଲୋକେ ତାକୁ ବିରଳ ସାପ ବୋଲି କହୁଛନ୍ତି । ଶରୀରର ଆକୃତି ଏଭଳି ହୋଇଛି ଯାହାକୁ ଦେଖିଲେ ସାଧାରଣ ଜିଆ କିମ୍ବା ସେହି ପ୍ରଜାତିର କିଛି ଜୀବ ଭଳି ଲାଗିବ। ତେବେ ଏତେ ଲମ୍ବା ଜିଆ କେବେ କେହି ଦେଖି ନାହାନ୍ତି । ଏହା ଏକ କୃମି ଜାତୀୟ କୀଟ ବୋଲି ଅନୁମାନ କରାଯାଉଛି।

maggots jajpur

ଏହି କୀଟକୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କରଜଙ୍ଗା ଗ୍ରାମର କଳ୍ପତରୁ ସାହୁଙ୍କ ଘରେ ଆଜି ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ଅନେକ ଲୋକେ ଭିନ୍ନ ଭିନ୍ନ କଥା କହିଛନ୍ତି। କିନ୍ତୁ ଏହା ବାସ୍ତବରେ କେଉଁ ଜୀବ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.