ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ଲାଗିଲା ନିଆଁ, ଜଣେ ଗୁରୁତର

କେନ୍ଦୁଝର (କେନ୍ୟୁଜ ବ୍ୟୁରୋ) : କେନ୍ଦୁଝର ନରଣପୁର ବ୍ରାହ୍ମଣିପାଳ ରାସ୍ତା ରାମଚନ୍ଦ୍ରପୁର ନିକଟରେ ସଟ ସର୍କିଟ ପାଇଁ ଚଳନ୍ତା କାରରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଛି କାର । ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଗଲେ 3 ଜଣ ଯାତ୍ରୀ । ଗାଡ଼ିରେ ଥିବା ଯାତ୍ରୀଙ୍କ କହିବା ଅନୁଯାୟୀ ସେମାନେ ଏକ କାରରେ ଯାଉଥିବା ସମୟରେ ହଠାତ ଆଗରୁ ଇଞ୍ଜିନରୁ ଧୂଆଁ ବାହାରି ଥିଲା । ସେମାନେ ଓହ୍ଲାଇ ଧୂଆଁ କେଉଠୁ ବାହାରୁଛି ଦେଖୁ ଦେଖୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଉଠିଲା । ଭୟରେ ସେମାନେ ଦୂରକୁ ପଳାଇଲେ ।

ନିଆଁ ବଢିବା ଶହ ଗାଡିର ଟାୟାର ଫାଟି ପ୍ରଚଣ୍ଡ ଶବ୍ଦ କରିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଛିଡା ହୋଇ ରହିଛି । ଘଟଣା ସ୍ଥଳରେ ଭୟଭୀତ ହୋଇ ଲୋକ ଏଣେତେଣେ ଦୌଡ଼ିବା ସମୟରେ ହାଇୱା ଚକତଳେ ଜଣେ ଲୋକ ଚାପି ହୋଇ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଏବେ ଦମକଳ ବାହୀନ ପହଁଚି ନିଆଁ କୁ ଆୟତ କରିବା ସହ ଗୁରୁତର ଜଣକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.