ଭିଜିଲାନ୍ସ ଜାଲରେ ସିଡିପିଓ, ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ କୋରାପୁଟ ସ୍ନିଗ୍ଧାରାଣୀ ମିଶ୍ର

କେନ୍ୟୁଜ (ବ୍ୟୁରୋ) : ଭିଜିଲାନ୍ସ ଜାଲରେ କୋରାପୁଟ ନନ୍ଦପୁର ସିଡିପିଓ । ଏକ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋରାପୁଟ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଅଙ୍ଗନବାଡି କେନ୍ଦ୍ରର କିଟ୍ସ ବଣ୍ଟନର ବିଲ ପାସ୍‌ କରିବା ପାଇଁ ସପ୍ଳାୟର୍ସଙ୍କ ଠାରୁ ଲାଞ୍ଚ ନେବା ବେଳେ ସେ ଧରାପଡିଛନ୍ତି । ଭିଜିଲାନ୍ସ ଟିମ ସିଡିପିଓଙ୍କ ଅଫିସ ସହ ସେମିଳିଗୁଡା ବାସଭନରେ ଚଢାଉ କରିବ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.