Below header

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌, ନିଆଁ ଲାଗି ୨ ଯୁବକ ଗୁରୁତର

ଗଛରେ ପିଟିହେଲା କାର୍। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଆଜି ସକାଳ ସାଢେ଼ ୮ ଟା ସମୟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଦୁର୍ଗାପ୍ରସାଦ ଗ୍ରାମ ନିକଟ ଶାଳଭଙ୍ଗା ଜଙ୍ଗଲରେ ଏକ କାର୍ ଶାଳ ଗଛରେ ପିଟି ହୋଇଛି । ଫଳରେ ଗାଡ଼ିରେ ଥିବା ୪ ଜଣ ଆରୋହୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି ।

ଦଶପଲ୍ଲା (କେନ୍ୟୁଜ): ଗଛରେ ପିଟିହେଲା କାର୍। ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଆଜି ସକାଳ ସାଢେ଼ ୮ ଟା ସମୟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଦୁର୍ଗାପ୍ରସାଦ ଗ୍ରାମ ନିକଟ ଶାଳଭଙ୍ଗା ଜଙ୍ଗଲରେ ଏକ କାର୍ ଶାଳ ଗଛରେ ପିଟି ହୋଇଛି । ଫଳରେ ଗାଡ଼ିରେ ଥିବା ୪ ଜଣ ଆରୋହୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ଆଜି ଭୋରୁ ଛତିଶିଗଡ଼ ରାଜ୍ୟ କୁରୁପ ଜିଲ୍ଲାର ୪ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିଲେ। ଏହି ସମୟରେ ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରେ ଥିବା ଏକ ଶାଳଗଛରେ କାରଟି ପିଟିହୋଇଥିଲା। ଯେଉଁଥିରେ କାର୍‌ଟି ଜଳିଥିଲା । ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୪ ଜଣ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ଥିବା ଜଣାପଡ଼ିଛି।

ସେପଟେ ଜାତୀୟ ରାଜପଥ ଉପରେ କାରଟି ଜଳୁଥିବା ଯୋଗୁଁ ଦୀର୍ଘ ୨ ଘଣ୍ଟାଧରି ସମସ୍ତ ଜାନବାହାନ ରାସ୍ତା ଉପରେ ଅଟକି ରହିଥିବା ଜଣା ପଡିଛି । ପରେ କାର ଟିକୁ ଜାତୀୟ ରାଜପଥ ଉପରୁ ସାଇଡ କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.