କ୍ୟାଚ୍‌ ଧରିବା ଚକ୍କରରେ ପରସ୍ପର ସହିତ ଜୋରରେ ଧକ୍କା ହେଲେ ଭାରତୀୟ ଖେଳାଳି, ଜଣେ ହସପିଟାଲରେ ଭର୍ତ୍ତି

ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରୁଥିବା ବେଳେ ଇନିଂସର ୨୫ତମ ଓଭରରେ ବେଥ ମୁନୀ ବ୍ୟାଟିଂ କରୁଥିବା ବେଳେ ପୂଜା ଶର୍ଟ ଥାର୍ଡ ଓ ସ୍ନେହ ବ୍ୟାକୱର୍ଡ ପଏଣ୍ଟରେ ଫିଲ୍ଡିଂ କରୁଥିଲେ । ଶଟକୁ ଧରିବା ପାଇଁ ଉଭୟ ଖେଳାଳି ଦୌଡିଥିଲେ । ଉଭୟଙ୍କ ନଜର ବଲ ଉପରେ ରହିଥିଲା ତେଣୁ ସେମାନେ ପରସ୍ପରକୁ ଧକ୍କା ଦେଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ମହିଳା ଟିମକୁ ଶକ୍ତ ଝଟକା ଲାଗିଛି । ଟସ୍‌ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ । ଅଷ୍ଟ୍ରେଲିଆ ୫୦ଓଭରରେ ୮ ଓ୍ଵିକେଟ ହରାଇ ୨୫୮ ରନ୍‌ କରିଥିଲା । କିନ୍ତୁ ଫିଲ୍ଡିଂ କରିବା ବେଳେ ଘଟିଛି ଅଭାବନୀୟ ଘଟଣା । ଦୁଇ ଷ୍ଟାର ଖେଳାଳି ପୂଜା ବସ୍ତ୍ରକର ଓ ସ୍ନେହ ରାଣା ପରସ୍ପର ସହ ପିଟି ହୋଇଯାଇଛନ୍ତି ।

ଦୁହେଁ ଏତେ ଜୋରରେ ଧକ୍କା ହୋଇଥିଲେ ଯେ, ସେହ୍ନ ରାଣାଙ୍କୁ ହସ୍ପିଟାଲ ଯିବାକୁ ମଧ୍ୟ ପଡ଼ିଛି । ସେ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କର ସ୍କାନ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି । ତାଙ୍କ ବଦଳରେ ହରଲୀନ ଦେଓଲଙ୍କୁ ବଦଳ ଖେଳାଳି ଭାବେ ସୁଯୋଗ ମିଳିଥିଲା ।

ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରୁଥିବା ବେଳେ ଇନିଂସର ୨୫ତମ ଓଭରରେ ବେଥ ମୁନୀ ବ୍ୟାଟିଂ କରୁଥିବା ବେଳେ ପୂଜା ଶର୍ଟ ଥାର୍ଡ ଓ ସ୍ନେହ ବ୍ୟାକୱର୍ଡ ପଏଣ୍ଟରେ ଫିଲ୍ଡିଂ କରୁଥିଲେ । ମୁନୀ କଟ ଶଟ ମାରିଥିବା ବେଳେ ଏହାକୁ ଧରିବା ପାଇଁ ଉଭୟ ଖେଳାଳି ଦୌଡିଥିଲେ । ଉଭୟଙ୍କ ନଜର ବଲ ଉପରେ ରହିଥିଲା ତେଣୁ ସେମାନେ ପରସ୍ପରକୁ ଧକ୍କା ଦେଇଥିଲେ ।

ପରସ୍ପର ସହିତ ଧକ୍କା ହେବା ପରେ ଉଭୟ ଖେଳାଳି ତଳେ ପଡ଼ିଯାଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବ ପରେ ପୂଜା ଛିଡ଼ା ହେବାକୁ ସକ୍ଷମ ହୋଇଥିଲେ । କିନ୍ତୁ ସ୍ନେହ ଛିଡା ହେବାକୁ ସକ୍ଷମ ନଥିବାରୁ ତାଙ୍କ ମୁଣ୍ଡରେ ଆଇସପ୍ୟାକ ଲଗାଇ ପଡ଼ିଆ ଛାଡ଼ିଥିଲେ ।

ବିସିସିଆଇ କହିଛି ଯେ, ସେହ୍ନ ରାଣା ଧକ୍କା ହେବା ପରେ ମୁଣ୍ଡରେ ସମସ୍ୟା ଅନୁଭବ କରିଥିଲେ। ତେଣୁ ତାଙ୍କୁ ତୁରନ୍ତ ସ୍କାନ ପାଇଁ ନିଆଯାଇଛି । ସେ ଆଉ ଅଷ୍ଟ୍ରେଲିଆ ମହିଳା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାଗ ନେଇ ପାରିବେ ନାହିଁ। ତାଙ୍କ ବଦଳରେ ହରଲୀନ ଦେଓଲ ସ୍ଥାନ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.