ନୂଆବର୍ଷରେ ନୂଆ ନିୟମ, ପହିଲାରୁ ଲାଗୁ ହେବ ଏହି ସବୁ ପରିବର୍ତ୍ତନ

ସରି ସରି ଆସୁଛି ପୁରୁଣା ବର୍ଷ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ । ଏହି ସମୟରେ ନୂଆବର୍ଷର ଆରମ୍ଭରେ ଆସିବାକୁ ଯାଉଛି ଅନେକ ନୂଆ ନିୟମ । ଜାନୁଆରୀ ପହିଲାରୁ ଅନେକ ନିୟମରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂଆବର୍ଷରେ ପ୍ରାୟ ୮ଟି ଜିନିଷରେ ପରିବର୍ତ୍ତନ କରାଯିବ । ତେବେ ଆସନ୍ତୁ ଜାଣିବା ଏହି ସବୁ ନିୟମ ବିଷୟରେ..

ସରି ସରି ଆସୁଛି ପୁରୁଣା ବର୍ଷ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ । ଏହି ସମୟରେ ନୂଆବର୍ଷର ଆରମ୍ଭରେ ଆସିବାକୁ ଯାଉଛି ଅନେକ ନୂଆ ନିୟମ । ଜାନୁଆରୀ ପହିଲାରୁ ଅନେକ ନିୟମରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂଆବର୍ଷରେ ପ୍ରାୟ ୮ଟି ଜିନିଷରେ ପରିବର୍ତ୍ତନ କରାଯିବ । ତେବେ ଆସନ୍ତୁ ଜାଣିବା ଏହି ସବୁ ନିୟମ ବିଷୟରେ..

ଖାଉଟିଙ୍କ ଉପରେ ପଡ଼ିବ ମହଙ୍ଗା ମାଡ଼ । ୟୁପିଆଇଠାରୁ ଆରମ୍ଭ କରି ଡିମାଟ୍ ଆକାଉଣ୍ଟ ଯାଏ ସବୁର ନିୟମ ବଦଳିବାକୁ ଯାଉଛି । ଜାନୁଆରୀ ପହିଲାଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିବା ୟୁପିଆଇ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପେଟିଏମ, ଫୋନ୍ ପେ ଏବଂ ଗୁଗଲ ପେ ଭଳି ବ୍ୟାଙ୍କ ଏବଂ ଥାର୍ଡ଼ ପାର୍ଟି ଆପ୍ ଏହିପରି ୟୁପିଆଇ ଆଇଡି ଗୁଡିକୁ ଇନଆକ୍ଟିଭ କରିବ ବୋଲି ସୂଚନା ମିଳିଛି । ଆଗାମୀ ବର୍ଷ ସମସ୍ତ ନୂଆ ସିମ୍ ପାଇଁ ଡିଜିଟାଲ କେୱାଇସି ମଧ୍ୟ ବାଧ୍ୟତାମୂଳକ କରାଯିବ ।

ସେହିପରି ଆଜି ଆଇଟିଆର ଦାଖଲ ଶେଷ ତାରିଖ ହୋଇଥିବାରୁ ଜାନୁଆରୀ ୨ତାରିଖରୁ ଆଇଟିଆର ରିଟର୍ଣ୍ଣ ଫାଇଲ ପାଇଁ ଜରିମାନା ଦେବାକୁ ପଡ଼ିବ । ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ କରୁଥିଲେ କିମ୍ବା ଟ୍ରେଣ୍ଡିଂ କରୁଥିଲେ ସେଥିରେ ଜଣଙ୍କୁ ନୋମିନି ଯୋଗ କରିବା ବାଧ୍ୟତାମୂଳକ ହେବ । ନୂଆବର୍ଷ ଆରମ୍ଭରୁ ପାର୍ସଲ ପଠାଇବା ମହଙ୍ଗା ହେବା ସହିତ ଗ୍ୟାସ ସିଲିଣ୍ଡର ମୂଲ୍ୟକୁ ନେଇ ମଧ୍ୟ ଏକ ବଡ ଘୋଷଣା କରାଯାଇପାରେ । ବର୍ଷ ଆରମ୍ଭରୁ ଅନେକ ବଡ କାର କମ୍ପାନୀ ଗାଡିର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହାସହ ୨୦୨୪ ବର୍ଷରୁ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାକିରି ପାଇଁ ପାଠପଢ଼ା ଶେଷ ହେବା ପୂର୍ବରୁ ଭିସା ପାଇଁ ଆବେଦନ କରିବାକୁ ପଡ଼ିବ । ଏହାର ମାନେ କୌଣସି ଦେଶର ଛାତ୍ରଛାତ୍ରୀ ମାନେ ସେ ପର୍ଯ୍ୟନ୍ତ ନିଯୁକ୍ତି ଭିସା ପାଇପାରିବେ ନାହିଁ ଯେପର୍ଯ୍ୟନ୍ତ ସେମାନଙ୍କର ପାଠପଢ଼ା ଶେଷ ନହୋଇଛି । ନୂଆବର୍ଷରେ ଏହିଭଳି ଅନେକ ମୁଖ୍ୟ ନିୟମ ଗୁଡିକରେ ପରିବର୍ତ୍ତନ ଆସିବାକୁ ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.