ମହାନଦୀ ସେତୁ ଉପରେ ବାଇକକୁ ପିଟିଲା କାର୍: ସ୍ୱାମୀ ମୃତ ଓ ସ୍ତ୍ରୀ ନଦୀରେ ପଡ଼ି ନିଖୋଜ

ବୌଦ୍ଧ(କେନ୍ଯୁଜ୍): ମହାନଦୀ ସେତୁ ଉପରେ ବାଇକକୁ ପିଟିଲା କାର। ନଦୀରେ ପଡିଗଲେ ମହିଳା। ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ମହିଳା ନିଖୋଜ ହୋଇ ଯାଇଛନ୍ତି।

ସେ ଛିଟ୍‌କି ପଡି ନଦୀରେ ଖସି ପଡିଥିବା ସୂଚନା ମିଳିଛି। ତାଙ୍କୁ ନଦୀରୁ ଖୋଜିବା ପାଇଁ ଗତକାଲି ରାତିରୁ ପୋଲିସ ଓ ଅଗ୍ନିଶମ ବାହିନୀ ଚେଷ୍ଟା ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ଟୁନା ଦଳ ବେହେରା ତାଙ୍କ ସ୍ତ୍ରୀ ମାମି ସାହୁଙ୍କ ସହ ବାଇକରେ କିଆକଟା ପଟୁ ଆସୁଥିବା ବେଳେ ବୌଦ୍ଧ ପଟୁ ଯାଉଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀ ଟୁନାଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.