ଥାନା ଅଧିକାରୀଙ୍କ କାର ଅଟୋକୁ ପଛପଟୁ ପିଟିଲା, ଦୁଇ ଆହତ

ବାଲେଶ୍ୱର ଜିଲ୍ଲା ସଦର ଥାନା କୁରୁଡ଼ା ସର୍ଭିସ ରୋଡ଼ରେ ଅଟୋକୁ ପଛପଟୁ ପିଟିଲା କାର । ଦୁର୍ଘଟଣାରେ ଜଣେ ଗୁରୁତର ଓ ଦୁଇ ଆହତ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲା ସଦର ଥାନା କୁରୁଡ଼ା ସର୍ଭିସ ରୋଡ଼ରେ ଅଟୋକୁ ପଛପଟୁ ପିଟିଲା କାର । ଦୁର୍ଘଟଣାରେ ଜଣେ ଗୁରୁତର ଓ ଦୁଇ ଆହତ ହୋଇଛନ୍ତି । କାର ଚଳାଉଥିବା ବ୍ୟକ୍ତି ହେଉଛନ୍ତି ଚାନ୍ଦିପୁର ଥାନା ଅଧିକାରୀ ସଦାନନ୍ଦ ନାୟକ । ଥାନା ଅଧିକାରୀ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି ।

ଥାନା ଅଧିକାରୀ ସଦାନନ୍ଦ ନାୟକଙ୍କ କାର ଧକ୍କାରେ ୬ ଅଟୋ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସଦାନନ୍ଦ ନାୟକ ଏକ ବୋଲେନୋ କାରରେ ଭଦ୍ରକ ଅଭିମୁଖେ ଯାଉଥିଲେ । ଦୁର୍ଘଟଣାରେ ୨ବର୍ଷର ଶିଶୁ ସମେତ ଅଟୋ ଡ୍ରାଇଭର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଥାନା ଅଧିକାରୀ ଖସି ଯାଉଥିବା ବେଳେ ସ୍ଥାନୀୟ ଲୋକ କାବକୁ କରିଥିଲେ । ଦୁର୍ଘଟଣା ପରେ ଥାନା ଅଧିକାରୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.