ଆରେ ଡାକବାଲା ଏମିତି କେମିତି ହେଲା ?

ଗଞ୍ଜାମ (କେନ୍ୟୁଜ୍) : କାଜୁ ଜଙ୍ଗଲରେ ପଡିଛି ଶହ ଶହ ଚିଠି । ଭଦ୍ରକ ପରେ ଗଞ୍ଜାମରେ ଦେଖିବାକୁ ମିଳିଛି ପୋଷ୍ଟମାଷ୍ଟରଙ୍କ ଅନିୟମିତତା। ଡାକଦ୍ୱାରା ଆସିଥିବା ବହୁ ଗୁରୁତ୍ୱ ପୂର୍ଣ୍ଣ ଚିଠି ଲୋକଙ୍କୁ ଦିଆନଯାଇ ଜଙ୍ଗଲରେ ଫୋପାଡି ଦିଆଯାଇଛି । ଏଥିରେ ରହିଛି ବହୁ ସଂଖ୍ୟକ ଆଧାର କାର୍ଡ, ଏଲଆଇସି, ନିଯୁକ୍ତି ପତ୍ର ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଏସବୁ ଗଞ୍ଜାମ ଜିଲ୍ଳା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡଭୂମି ପଞ୍ଚାୟତର ଝାଡଭୂମିଠାରେ ଥିବା ଏକ ଡାକ କାର୍ୟ୍ୟଳୟକୁ ଆସୁଥିବା ଜରୁରୀ କାଗଜପତ୍ର । ନିକଟରେ ଥିବା ଲଣ୍ଢେଇହିଲ କାଜୁ ଜଙ୍ଗଲରେ ଏସବୁ ପଡିଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ଜଣାପଡିବା ପରେ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଂଚି ପୋଷ୍ଟମାଷ୍ଟରଙ୍କୁ ଖବର ଦେଇଥିଲେ । ନିଜେ ପୋଷ୍ଟ ପିଅନ ଏସବୁ ଚିଠିକୁ କାଜୁ ଜଙ୍ଗଲରେ ଫୋପାଡି ଦେଇଥିବା ସ୍ୱୀକାର କରିଥିଲେ । ତେବେ ଏଭଳି ଦାୟିତ୍ୱହୀନ କାମ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିଛି ଦିନ ତଳେ ଭଦ୍ରକ ଜିଲ୍ଲାରେ ଏଭଳି ଘଟଣା ନଜରକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.