Below header

ଉମରକୋଟ : ଭୁଲିଗଲେ କର୍ତ୍ତବ୍ଯ, ମଦ ପିଇ ମାତାଲ ହେଲେ ପୋଲିସ ବାବୁ

ଉମରକୋଟ (କେନ୍ୟୁଜ୍) : କର୍ତ୍ତବ୍ଯ ଭୁଲିଗଲେ କର୍ତ୍ତବ୍ଯରତ ପୋଲିସ କର୍ମଚାରୀ । ମଦ ପିଇ ମାତାଲ ହେଲେ ପୋଲିସ ବାବୁ । ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ମଦ ନିଶାରେ ଲୋକଙ୍କୁ ଗାଳି ଗୁଲଜ କରିବା ସହ ରାସ୍ତା ଉପରେ ନାଚୁ ଥିବାର ଦେଖିବାକୁ ମିଳିଛି । ଉମରକୋଟ ଅଞ୍ଚଳର ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କାର୍ୟ୍ୟରତ କନେଷ୍ଟବଳ ସୁରେଶ ପାତ୍ର ବାଗ ଗତକାଲି ରାତିରେ ମଦ ପିଇ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ କିଛି ଯୁବକ କନେଷ୍ଟବଳଙ୍କ ଭିଡିଓ ରେକଡିଂ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.