ପୁରୀ : ଏକ୍ସପ୍ରେସ ଟ୍ରେନ୍ ରହଣୀ ଦାବିରେ ଗଣ ଧାରଣା

ପୁରୀ (କେନ୍ୟୁଜ୍) : ଏକ୍ସପ୍ରେସ ଟ୍ରେନ୍ ରହଣୀ ଦାବିରେ ଗଣ ଧାରଣା । ପୁରୀ ଜିଲ୍ଳା କଣାସ ରୋଡ଼ଠାରେ ଟ୍ରେନ ରହଣୀ ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା। କଣାସ ରୋଡ ରେଳ ଷ୍ଟେସନରେ ପୁରୀ-ବଡ଼ବିଲ ଏବଂ ପୁରୀ-ପାରାଦୀପ ଏକ୍ସପ୍ରେସ ରହିବା ପାଇଁ ଦାବି କରିଛି ମଞ୍ଚ । ପ୍ରତିଦିନ ଏହି ଦୁଇଟି ଟ୍ରେନ ଉପରେ ଦୁଇଟି ବ୍ଳକର ୨ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ଏ ସମ୍ପର୍କରେ ପୂର୍ବରୁ ୨୦୧୬ ମସିହାରୁ କଣାସ ରୋଡ ରେଳ ଉପଭୋକ୍ତା ପରିଷଦ ଏବଂ ସଚେତନ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ଅଧିକାରୀଙ୍କୁ ଜଣାଯାଇଥିଲା ।

ବିଭାଗ ଆଜି ପର୍ୟ୍ୟନ୍ତ କୌଣସି ପଦକ୍ଷେପ ନନେବାରୁ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ସାମିଲ ହୋଇଥିଲେ । ଆନ୍ଦୋଳନକାରୀଙ୍କ ସହ ରେଳ ସୁରକ୍ଷା ଅଧିକାରୀ ଆଲୋଚନା କରିବା ପରେ ଧାରଣାକୁ ଗାନ୍ଧି ଜୟନ୍ତୀ ପଯ୍ୟର୍ନ୍ତ ସ୍ଥଗିତ ରଖାଯାଇଛି । ତେବେ ଆଗାମୀ ଦିନରେ ଦାବି ପୂରଣ ନହେଲେ, ରେଳ ରୋକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.