Below header

ଆଦର୍ଶ ବୋହୂ ହେବାକୁ ଚାହୁଁଛନ୍ତି କି ? ଏବେ ଆଇଆଇଟି ବିଏଚୟୁରେ ଦିଆଯାଉଛି ଟ୍ରେନିଂ

ସମସ୍ତ ମହିଳାଙ୍କ ସ୍ବପ୍ନ ରହିଥାଏ ସେ ତାଙ୍କ ଶାଶୁଘରେ ଜଣେ ଆଦର୍ଶ ବୋହୂ ଭାବେ ପରିଚିତ ହୁଅନ୍ତୁ। ତେବେ ଏବେ ଆପଣଙ୍କୁ ଏହା ବିଷୟରେ ଟ୍ରେନିଂ ଦେବାପାଇଁ ପ୍ରସ୍ତୁତ ହୋଇଛି ଆଇଆଇଟି ବିଏଚୟୁ। ଆଜ୍ଞା ହଁ ଆପଣ ଠିକ୍ ପଢ଼ିଛନ୍ତି, ଖୁବ ଶୀଘ୍ର ମହିଳାଙ୍କୁ ଆଦର୍ଶ ବୋହୂ ହେବା ପାଇଁ ପ୍ରସ୍ତୁତ କରାଯାଇଛି କୋର୍ସ ସହ ଟେନିଂ ଆରମ୍ଭ କରାଯାଇଛି। ଆସନ୍ତୁ ଜାଣିବା କଣ ରହିଛି ଏହା ଶିକ୍ଷା ପରିବାର ପ୍ରକ୍ରିୟା।

sm_story3

ମହିଳାଙ୍କୁ ଆଦର୍ଶ ବୋହୂ ହେବାର ପ୍ରଶିକ୍ଷଣ ଆଇଆଇଟି ବିଏଚୟୁରେ ଆରମ୍ଭ ହୋଇଥିବା ଯୁବ ସ୍କିଲ ଇଣ୍ଡିଆ ଦେବ। ଏଥି ଅନ୍ତର୍ଗତ ତିନି ମାସର ଏପରି ଏକ କୋର୍ସ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଯୁବତୀଙ୍କ ଆତ୍ମବିଶ୍ବାସ ବଢ଼ାଇବା ସହ ତାଙ୍କର ସାମାଜିକରଣର ମଧ୍ୟ ଶିକ୍ଷା ପ୍ରଦାନ କରାଯିବ। ଏହାର ଆରମ୍ଭ ସେପ୍ଟେମ୍ବର ୩ତାରିଖରୁ ଅର୍ଥାତ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି।

ନିଶ୍ଚିତ ପଢ଼ନ୍ତୁ: ଉବେର୍ ଏୟାର୍ କ୍ୟାବରେ ଉଡିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ : ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବ…

ଏହି କୋର୍ସର ନାମ “ଡ଼ଟର୍ସ ପ୍ରାଇଡ଼୍” : ବେଟି ମେରା ଅଭିଯାନ ରଖାଯାଇଛି। ମହିଳାଙ୍କ ସେଲ୍ଫ କଫିଡ଼େନ୍ସ , ଇଣ୍ଟରପର୍ସନାଲ ସ୍କିଲ, ପ୍ରୋବଲେମ୍ ସଭିଂ ସ୍କେିଲ, ଷ୍ଟ୍ରେସ୍ ହେଣ୍ଡଲିଂ, ମ୍ୟାରେଜ୍ ସ୍କିଲ ସହିତ କମ୍ପୁଟର ଏବଂ ଫ୍ୟାସନ୍ ସ୍କିଲ ମଧ୍ୟ ପ୍ରଦାନ କରାଯିବ।
ଏହି ଷ୍ଟାର୍ଟଅପ୍ର ସିଇଓ ନିରଜ ଶ୍ରୀବାସ୍ତବଙ୍କ କହିବା ଅନୁଯାୟୀ, ଏହା ଏକ ଭିନ୍ନ ପ୍ରୟାସ ଯାହ ସମାଜରେ ଆଉ ଏକ କିମ୍ବଦନ୍ତି ହୋଇପାରିବ। ଏହି କୋର୍ସକୁ ଦେବାପାଇଁ ପ୍ରେଫେସନାଲ ଟ୍ରେନର, ଫେସନ ଡ଼ିଜାଇନର ଏବଂ କାଉସିଲଙ୍କ ମୁଖ୍ୟ ଭୁମିକା ରହିଛି। ଆଜିଠାରୁ ଏହି କୋର୍ସ ବନିତା ଇଷ୍ଟିଟ୍ୟୁଟ୍ ଅଫ୍ ଫ୍ୟାସନ ଡ଼ିଜାଇନରରୁ ଆରମ୍ଭ ହେବାକୁ ଯାଉଛି। ଏହାକୁ ପ୍ରଥମେ ବାରଣାସୀରେ ଆରମ୍ଭ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.