ମହଙ୍ଗା ପରଫ୍ଯୁମଙ୍କୁ କୁହନ୍ତୁ ବାଏ ବାଏ, କେବଳ ଗୋଟିଏ ଲେମ୍ବୁ ଦେବ ଝାଳ ମୁକ୍ତ ଶରୀର

ସାଧାରଣତଃ ଗରମ କାରଣରୁ ଝାଳ ବାହାରିବା ଏକ ସାଧାରଣ କଥା। କିଛି ବ୍ଯକ୍ତିଙ୍କ ଝାଳ ଏତେ ଖରାପ ଗନ୍ଧ ହୋଇଥାଏ କି ତାଙ୍କ ପାଖକୁ ଯିବାକୁ ମଧ୍ୟ ଭଲ ଲାଗିନଥାଏ। ଏହି କାରଣରୁ ଅନେକ ସମୟରେ ଲୋକଲଜ୍ଜ୍ଯାର କାରଣ ମଧ୍ୟ ହେବାକୁ ପଡ଼ିଥାଏ। ତେବେ ନିଜକୁ ଲୋକଲଜ୍ଯାରୁ ବଞ୍ଚିବା ପାଇଁ ଅନେକ ସମୟରେ ବହୁଜଣ ଭିନ୍ନ ଭିନ୍ନ ପ୍ରକାରର ପରଫ୍ଯୁମ୍ ବ୍ଯବହାର କରିଥାନ୍ତି। ତେବେ ଆଜି ଆମେ ଶରୀରର ଦୁର୍ଗନ୍ଧ ଦୂର କରିବାର ଏକ ସହଜ ଏବଂ ସରଳ ଉପାୟ ଆପଣଙ୍କ ପାଇଁ ଆଣିଛୁ।

arm smell

ଦୈନନ୍ଦିନ ଘରେ ବ୍ଯବହାର ହେଉଥିବା ବେକିଂ ସୋଢ଼ା ଏବଂ ଲେମ୍ବୁ ଆପଣଙ୍କୁ ଦୁର୍ଗନ୍ଧଯୁକ୍ତ ଝାଳରୁ ଆରାମରେ ମୁକ୍ତି ଦେବ। ଏଥିପାଇଁ ଦୁଇ ଚାମଚ ସୋଢ଼ାରେ ୨ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ଏବେ ଏହି ପେଷ୍ଟକୁ କାଖରେ ଲଗାଇ ୧୫ ମିନିଟ ଛାଡ଼ି ଦିଅନ୍ତୁ। ଏହାପରେ ଧିରେ ଧିରେ ଥଣ୍ଡା ପାଣିରେ ଏହାକୁ ଧୁଅନ୍ତୁ। ଦେଖିବେ ଏପରି ନିୟମିତ କରିବା ଦ୍ବାରା କାଖ ଦୁର୍ଗନ୍ଧରୁ ରକ୍ଷା ମିଳିବା ସହ କଳାଦାଗ ଦୂର ହେବ।

ନିଶ୍ଚିତ ପଢ଼ନ୍ତୁ: ଗୋରା, ଚମକଦାର ତ୍ବଚା ପାଇବା ପାଇଁ, କଦଳୀର କରନ୍ତୁ ଏପରି ବ୍ଯବହାର

ଗାଧୋଇଥିବା ସମୟରେ ପାଣିରେ କିଛି ମାତ୍ରାରେ ଲେମ୍ବୁ ରସ ମିଶାଇ ଗାଧାନ୍ତୁ। ଏଭଳି ନିୟମିତ କରିବା ଦ୍ବରା ଖୁବ୍ ଶୀଘ୍ର ଶରୀରର ଝାଳ ଦୁର୍ଗନ୍ଧରୁ ରକ୍ଷା ମିଳିବ। ଏହା ସହ ଯଦି ଆପଣଙ୍କର ଡ଼ିଓଡ଼୍ରେଣ୍ଟ ବା ପରଫ୍ଯୁମ୍ ଶେଷ ହୋଇଯାଇଛି ତେବେ ଲେମ୍ବୁ କୁ କିଛି ସମୟ କାଖରେ ଘଷନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର କମ ଝାଳ ବାହାରିବା ସହ ଦିନସାରା ଦୁର୍ଗନ୍ଧ ମୁକ୍ତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.