Below header

ଡ୍ରାଇଭରର ବେପରୁଆ ଗାଡି ଚାଳନା! ୨ଟି ମୋଟର ସାଇକେଲକୁ ଧକ୍କା ଦେବା ପରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା

ଭଞ୍ଜନଗର(କେନ୍ୟୁଜ୍):  ଡ୍ରାଇଭରର ବେପରୁଆ ଗାଡି ଚାଳନା । ଏକାଥରେ ଦୁଇଟି ମୋଟର ସାଇକେଲକୁ ଧକ୍କା ଦେବାସହ, ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା । ଯାହାଫଳରେ ଏକ ବଡ଼ ଧରଣର ବିପଦରୁ ଅଳ୍ପକେ ରକ୍ଷା ପାଇଗଲେ କିଛି ଲୋକେ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଆସିକା – ଭଂଜନଗର ରାସ୍ତାର କେନ୍ଦୁପଦର ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।

ଆସିକାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ଟି ଗୋଟିଏ ମୋଟରସାଇକେଲ ଓ ଗୋଟିଏ ସ୍କୁଟିକୁ ପ୍ରଥମେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଚାଳକ ଗୁରୁତର ଆହତ ହୋଇଥିଲେ । ଏହାପରେ ପିକ୍ଅପ୍ ଭ୍ୟାନ୍ ଟି , ରାସ୍ତା କଡ଼ରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା ।

ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଗାଙ୍ଗପୁର ଥାନା ପୋଲିସ୍ ପହଞ୍ଚି ପିକ୍ଅପ ଭ୍ୟାନ୍ ଚାଳକକୁ ଥାନାରେ ଅଟକ ରଖିବା ସହିତ, ଦୁର୍ଘଟଣାଗ୍ରସ୍ତ ସମସ୍ତ ଯାନବାହାନ ଗୁଡ଼ିକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.