୨୫୦ କୋଟି ଟଙ୍କାର ଠକେଇ ନେଇ ମାମଲା ରୁଜୁ କଲା CBI

ଦୀପକ କିଣ୍ଡୋ ଓ ତାଙ୍କ ପତ୍ନୀ ଅମ୍ରିତା କିଣ୍ଡୋଙ୍କ ନାଁରେ ମାମଲା ରୁଜୁ କଲା CBI । ୨୫୦ କୋଟି ଟଙ୍କାର ଠକେଇ ନେଇ ମାମଲା ରୁଜୁ କରିଛି CBI। ସମ୍ବନ୍ଧ ଫିନସର୍ଭର ପରିଚାଳନା ନିର୍ଦ୍ଦେଶକ ଦୀପକ ଏବଂ ତାଙ୍କ ପତ୍ନୀ ଅମ୍ରିତା କିଣ୍ଡୋ ୧୭ଟି ଋଣ ପ୍ରଦାନକାରୀ ସଂସ୍ଥାରୁ ଠକେଇ କରିଥିବା ଅଭିଯୋଗ ହୋଇଛି ।

ଯେଉଁଥିରେ ସରକାରୀ ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ପ୍ରାୟ ୨୫୦ କୋଟି ଟଙ୍କାର ଘରୋଇ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଠାରୁ ଠକେଇ ହୋଇଛି। ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କ ଠାରୁ ଋଣ ଏବଂ ଋଣ ସୁବିଧା ହାସଲ କରିବା ପାଇଁ ‘ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡ୍’ ପରିଚାଳନାଧୀନ ସମ୍ପତ୍ତିର ପରିସଂଖ୍ୟାନକୁ ୩୯୧କୋଟି ଟଙ୍କାକୁ ବୃଦ୍ଧି କରିଛି।

ତେବେ ଏହା ମାତ୍ର ୧୪୦କୋଟି ଟଙ୍କା ଥିଲା ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ କେରଳରେ ମଧ୍ୟ ସମ୍ବନ୍ଧ ଫିନସର୍ଭ କମ୍ପାନୀ ନାଁରେ ଠକେଇ ଅଭିଯୋଗ ଆସିଛି । ମୁଥୁଟ ଫାଇନାନ୍ସ କମ୍ପାନୀ ଅଧିକାରୀ ସମ୍ବନ୍ଧ ନାଁରେ ଅଭିଯୋଗ ଆଣିଛନ୍ତି। କେରଳ ପୋଲିସର ତିନି ଜଣିଆ ଟିମ୍ EOW ରେ ପହଞ୍ଚିଛି। କେରଳ ପୋଲିସ ଦୀପକ ଓ ଅମ୍ରିତାଙ୍କୁ ପଚାରା ଉଚୁରା କରିବ। ସେଥିପାଇଁ କୋର୍ଟରେ ଆବେଦନ କରିଛି କେରଳ ପୋଲିସ।

You might also like