ପୃଥିବୀରୁ କେବେ ଓ କିପରି ଲୋପ ପାଇବ ମଣିଷ, ବୈଜ୍ଞାନିକ କହିଲେ ତାରିଖ

ବର୍ତ୍ତମାନ ମଣିଷ ଲୋପ ପାଇବାର ପ୍ରସଙ୍ଗ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ବୈଜ୍ଞାନିକମାନେ ମଣିଷ ଜାତି ଲୋପ ପାଇଯିବାର ପୂର୍ବାନୁମାନ କରିଛନ୍ତି । ସେମାନେ ଏହି ଭବିଷ୍ୟବାଣୀରେ ଏହାର କାରଣ ଏବଂ ତାରିଖ ମଧ୍ୟ ଜଣାଇ ଦେଇଛନ୍ତି।

ବର୍ତ୍ତମାନ ମଣିଷ ଲୋପ ପାଇବାର ପ୍ରସଙ୍ଗ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ବୈଜ୍ଞାନିକମାନେ ମଣିଷ ଜାତି ଲୋପ ପାଇଯିବାର ପୂର୍ବାନୁମାନ କରିଛନ୍ତି । ସେମାନେ ଏହି ଭବିଷ୍ୟବାଣୀରେ ଏହାର କାରଣ ଏବଂ ତାରିଖ ମଧ୍ୟ ଜଣାଇ ଦେଇଛନ୍ତି। ଇଂଲଣ୍ଡର ବ୍ରିଷ୍ଟର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଏହି ଦାବି କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ ଆଗାମୀ ୨୫ କୋଟି ବର୍ଷ ମଧ୍ୟରେ ମଣିଷ ଏବଂ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ ବିଲୁପ୍ତ ହୋଇଯିବେ ।

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବୁଝି ବୈଜ୍ଞାନିକମାନେ ଏହାର ଆଧାରରେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି, ଯାହାର ସାହାଯ୍ୟରେ କୁହାଯାଇଛି ଯେ ପୃଥିବୀରେ ମଣିଷ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀ ଆଉ କେତେ ଦିନ ବଞ୍ଚିପାରିବେ । ଅନୁସନ୍ଧାନକାରୀ ଆଲେକ୍ସଜାଣ୍ଡାର୍ ଫାରନ୍ସୱର୍ଥଙ୍କ ଅନୁଯାୟୀ, ଆଗକୁ ପୃଥିବୀପୃଷ୍ଠରେ ମଣିଷ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ୪୦ରୁ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରାର ସାମ୍ନା କରିବାକୁ ପଡିବ । ଭବିଷ୍ୟତରେ କାର୍ବନ୍ ଡାଇଅକ୍ସାଇଡ୍ ସ୍ତର ବର୍ତ୍ତମାନର ସ୍ତରଠାରୁ ଦ୍ୱିଗୁଣିତ ହୋଇପାରେ । ମଣିଷ ଏବଂ ଅନ୍ୟ ପ୍ରଜାତିର ପ୍ରାଣୀମାନେ ଗରମ ସହିତ ଲଢିବା ଏବଂ ଶରୀରକୁ ଥଣ୍ଡା ରଖିବାରେ ଅସମର୍ଥ ହୋଇଯିବେ ।

ଏହି ଅଧ୍ୟୟନରେ ଆଜିକାଲି ବାୟୁମଣ୍ଡଳରେ ବଢୁଥିବା ଗ୍ରୀନହାଉସ୍ ଗ୍ୟାସ୍କୁ ସାମିଲ କରାଯାଇନାହିଁ । ନହେଲେ ଦର୍ଶାଯାଇଥିବା ତାରିଖ ପୂର୍ବରୁ ହିଁ ମଣିଷ ଜାତି ଲୋପ ପାଇଯିବ । ରିସର୍ଚ୍ଚରେ କୁହାଯାଇଛି, ପୃଥିବୀ ଏପରି ଏକ ବିଶାଳ ମହାଦେଶରେ ପରିଣତ ହେବାକୁ ଯାଉଛି, ଯେଉଁଠି ଆଗାମୀ ୨୫୦ ବର୍ଷ ମଧ୍ୟରେ ଏହାର ୮ରୁ ୧୬ ପ୍ରତିଶତ ଅଞ୍ଚଳରେ ଜୀବଜଗତ ରହିପାରିବେ । ଏହା ପାଞ୍ଜିଆ ଅଲ୍ଟିମା ନାମରେ ଜଣାଶୁଣା ହେବ । ଏଠାରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବ । ଆର୍ଦ୍ରତାର ପ୍ରଭାବ ଦେଖାଯିବ । ବିଶ୍ୱର ତାପମାତ୍ରା ଅତି କମରେ ୧୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଶ୍ୱ ଏକ ଖରାପ ଅବସ୍ଥା ଦେଇ ଗତି କରିବ । ପୃଥିବୀ ବର୍ତ୍ତମାନ ଭଳି ଏକ ଜୀବନଧାରଣର ଯୋଗ୍ୟ ସ୍ଥାନ ହୋଇ ରହିବ ନାହିଁ ।

ରିପୋର୍ଟରେ କୁହାଯାଇଛି ଯେ କେବଳ ସେହି ପ୍ରଜାତି ବଞ୍ଚିପାରିବେ, ଯେଉଁମାନେ ତାପମାତ୍ରାର ପ୍ରଭାବରୁ ନିଜକୁ ଦୂରେଇ ରଖିବାରେ ସକ୍ଷମ ହେବେ । ଜଳବାୟୁ ସଙ୍କଟ ହେତୁ ମାନବ ବିଲୁପ୍ତ ହେବା ପ୍ରସଙ୍ଗ ବୈଜ୍ଞାନିକମାନଙ୍କ ମଧ୍ୟରେ ବିତର୍କର ବିଷୟ ପାଲଟିଛି । ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ଖରାପ ସ୍ଥିତି ସହ ଜଡିତ ପରିଣାମ ଉପରେ ସମଗ୍ର ବିଶ୍ୱ ଦେଶର ସରକାର ଧ୍ୟାନ ଦେବା ଜରୁରୀ। ଯଦି ତାପମାତ୍ରା ଅନୁମାନଠାରୁ ଅଧିକ ବଢିଯାଏ, ତେବେ ପୃଥିବୀରେ ସମସ୍ତ ମଣିଷ ଜାତି ଲୋପ ପାଇଯିବାର ଆଶଙ୍କା ମଧ୍ୟ ବଢିଯିବ। ଏହା ମଣିଷ ପାଇଁ ବିପଜ୍ଜନକ ହେବ ।

କେମ୍ବ୍ରିଜ୍ ୟୁନିଭର୍ସିଟିର ସେଣ୍ଟର ଫର ଷ୍ଟଡି ଅଫ୍ ଏକ୍ସଟେଣ୍ଟ ରିସ୍କର ପ୍ରଫେସର ଡ. ଲ୍ୟୁକ କେମ କହିଛନ୍ତି ଯେ ସାମାନ୍ୟ ସ୍ତରରେ ଗ୍ଲୋବାଲ ୱାର୍ମିଙ୍ଗ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ବିନାଶକାରୀ ହୋଇପାରେ । ପ୍ରତ୍ୟେକ ପ୍ରାଣୀ ଜାତି ବିଲୁପ୍ତ ହେବା ଘଟଣାରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ମାର୍ଚ୍ଚରେ ପ୍ରକାଶିତ ମିଳିତ ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ଜରୁରୀକାଳୀନ ପରିସ୍ଥିତିକୁ ନେଇ ସାରା ବିଶ୍ୱର ସରକାରଙ୍କୁ କିଛି ପଦକ୍ଷେପ ନେବା ଆବଶ୍ୟକ। ରିପୋର୍ଟରେ କୁହାଯାଇଛି, ଯଦି ଗ୍ଲୋବାଲ ୱାର୍ମିଂ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବାକୁ ଚାହୁଁଛନ୍ତି, ତେବେ ସବୁ କ୍ଷେତ୍ରରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ କ୍ରମାଗତ ଭାବରେ ହ୍ରାସ କରିବାକୁ ପଡିବ । ୨୦୩୦ ସୁଦ୍ଧା ଯେପରି ଏହା ଅଧା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.