ସିସିଟିଭି ସମ୍ମୁଖରୁ ଚୋରି କରି ଲୁଟ୍: ପୋଲିସକୁ ଖୁଲମଖୁଲା ଚାଲେଞ୍ଜ

ଯୋଉଠୁ ଶୁଣିବ ସବୁଠି ଚୋରି ଚୋରି ଖାଲି ଚୋରି । ସକାଳ ପାହିଲେ ଚୋରଙ୍କ କାରନାମାକୁ ନେଇ ଗଣମାଧ୍ୟମରେ ଖବର । ସିସିଟିଭି ଲାଗିଥିଲେ ସୁଦ୍ଧା ଚୋରଙ୍କର ଆଉ ଡର ନାହିଁ । ପୋଲିସ୍ କୁ ଯେମିତି ଖୁଲମଖୁଲା ଚାଲେଞ୍ଜ ଦେଇ ଅଆଖି ପଛୁଳାକେ ଲୁଟିନେଉଛନ୍ତି । ପୁଣି ଏମିତି ଏକ ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯାହା ଦେଖିବାକୁ ମିଳିଛି ଅନୁଗୋଳରେ ।

ଅନୁଗୋଳ(କେନ୍ୟୁଜ): ଯୋଉଠୁ ଶୁଣିବ ସବୁଠି ଚୋରି ଚୋରି ଖାଲି ଚୋରି । ସକାଳ ପାହିଲେ ଚୋରଙ୍କ କାରନାମାକୁ ନେଇ ଗଣମାଧ୍ୟମରେ ଖବର । ସିସିଟିଭି ଲାଗିଥିଲେ ସୁଦ୍ଧା ଚୋରଙ୍କର ଆଉ ଡର ନାହିଁ । ପୋଲିସ୍ କୁ ଯେମିତି ଖୁଲମଖୁଲା ଚାଲେଞ୍ଜ ଦେଇ ଅଆଖି ପଛୁଳାକେ ଲୁଟିନେଉଛନ୍ତି । ପୁଣି ଏମିତି ଏକ ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯାହା ଦେଖିବାକୁ ମିଳିଛି ଅନୁଗୋଳରେ ।

ଅନୁଗୋଳସହରର ଶୀତଲ ପ୍ଲାଜା ପଛ ପାଖରୁ ବାଇକ୍ ଚୋରିର ଘଟଣା ସାମ୍ନାକୁ ଆସିଛି । ଦିନ ବେଳା ସିସିଟିଭି ସମ୍ମୁଖରୁ ବାଇକ୍ ଧରି ଚମ୍ପଟ ମାରିଛନ୍ତି ଲୁଟେରା । ତେବେ ଚୋରି ବେଳର ସମସ୍ତ ଦୃଶ୍ୟ ସିସି କ୍ୟାମେରା କଏଦ ହୋଇଛି । ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ଶୀତଲ ପ୍ଲାଜା ପଛ ପାଖରୁ ଜଣଙ୍କର ବାଇକ୍ ଚୋରି କରି ନେଇଯାଇଛନ୍ତି ଚୋର । ଯାହା ସିସି କ୍ୟାମେରାରେ କଏଦ ହୋଇଥିବା ଭିଜୁଆଲ୍ ରେ ସ୍ପଷ୍ଟ ଦେଖିହେଉଛି ।

ସୂଚନା ମୁତାବକ, ପାଇକସାହି ଅଞ୍ଚଳର ଶୁଭେନ୍ଦୁ ଶେଖର ସାହୁ ଦୋକନ ଜିନିଷ କିଣିବା ପାଇଁ ଆଜି ଅପରାହ୍ନ ସମୟରେ ଶୀତଲ ପ୍ଲାଜା କୁ ଆସିଥିଲେ। ଶୀତଲ ପ୍ଲାଜା ପଛ ପାଖରେ TVS ଆପାଚୀ ଗାଡି ନମ୍ବର OD ୧୯ R ୨୫୪୩ ବାଇକ୍ କୁ ରଖି ଜିନିଷ କିଣିବାକୁ ଭିତରକୁ ଯାଇଥିଲେ । କିଛି ସମୟ ଭିତରେ ତାଙ୍କ ବାଇକ୍ କୁ ଟାର୍ଗେଟ କରିଥିଲେ ଚୋରମାନେ ।

ତେବେ ଶୁଭେନ୍ଦୁ ଜିନିଷ କିଣି କି ଆସି ଦେଖିଲା ବେଳକୁ, ବାଇକ୍ ରଖି ଥିବା ଜାଗାରେ ଆଉ ବାଇକଟି ନାହିଁ । ତେବେ ଚାରି ଆଡେ ଖୋଜା ଖୋଜି କରିବା ପରେ ବାଇକ୍ ନ ମିଳିବାରୁ ବାଧ୍ୟ ହୋଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶୁଭେନ୍ଦୁ । ଏପଟେ ବାଇକ୍ ଚୋରି କରୁଥିବାର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି । ଦୁଇ ଜଣ କେମିତି ସମୟ ସୁଯୋଗ ପାଇ ବାଇକଟିକୁ ଚୋରି କରିବାରେ ସଫଳ ହେଉଛନ୍ତି । ଏପଟେ ଅଭିଯୋଗ ପାଇବା ପରେ ଟାଉନ୍ ଥାନା ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.