ରାଜ୍ୟରୁ ବଳକା ଚାଉଳ କିଣିବାକୁ ମନା କଲା କେନ୍ଦ୍ର, ଚାଷୀମାରଣା ନୀତି ଆପଣାଉଥିବା ଅଭିଯୋଗ ଆଣି କେନ୍ଦ୍ରକୁ ଟାର୍ଗେଟ୍‌ କଲା ବିଜେଡି

କେନ୍ୟୁଜ୍(ବ୍ୟୁରୋ):  ଚାଷ ଓ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍‌ କଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି, କେନ୍ଦ୍ରର ଚିଠି ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ବଳକା ଚାଉଳ କିଣିବାକୁ ମନା କରୁଛନ୍ତି କେନ୍ଦ୍ର ସରକାର । ପାରା ଉଷୁନା କମ୍‌ ନେବା ପାଇଁ ଚିଠି ଲେଖିଛି କେନ୍ଦ୍ର । ଏ ପର୍ଯ୍ୟନ୍ତ ୨୮୫୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ । କେନ୍ଦ୍ର ସରକାର ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି । ସ୍ୱାମୀନାଥନ ରିପୋର୍ଟ ଲାଗୁ କରାଯାଇନାହିଁ । ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରୋହିତ ପୂଜାରୀ କହିଛନ୍ତି,କୋଭିଡ ମହାମାରୀ ସମୟରେ ସଫଳ ସୁପରିଚାଳନା ପାଇଁ ଚାଷୀମାନେ ବମ୍ଫର ଉତ୍ପାଦନ କରିଛନ୍ତି । ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସାଜିଛନ୍ତି । ହେଲେ ଦୁର୍ଭାଗ୍ୟ, କେନ୍ଦ୍ର ଚିଠି ଲେଖିଛି କି କେବଳ ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବେ ।

pds rice
picture courtesy: Outlook India

ରବି ସିଜିନ ପାଇଁ କିଛି ନେବେ ନାହିଁ । ଓଡିଶା ପାଇଁ ଏହା ଏକ ଚଡକ । ୨୦୧୯-୨୦ରେ ଖରିଫରେ ୫୩ ଲକ୍ଷ ମେଟ୍ରିକ ଟନ ଧାନ, ରବିରେ ୧୭ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିଲା । ୭୧ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଥିଲା । ଏଥିରୁ ୪୮ ଲକ୍ଷ ମେଟ୍ରିକ ଟନ ପାରା ବଏଲଡ୍‌ ରାଇସ ରହିଛି । ନବୀନଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଚଳିତ ବର୍ଷ ୩୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି । ଆଉ ୩୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।

ବିଜେପି ଆସନ୍ତା ୨୧ରେ ସମ୍ବଲପୁର ଆରଡିସି ଘେରାଓ ନକରି ଦିଲ୍ଲୀ ଯାଇ ପାରା ବଏଲଡ଼ ରାଇସ କଟକଣା ଉଠାନ୍ତୁ ଓ ଆମ ସବସିଡି ଦିଅନ୍ତୁ ବୋଲି ବିଜେଡି କହିଛି । ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ । ବିଜେଡି ଏହାକୁ ସମର୍ଥନ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.