Below header

ଓଡ଼ିଶାରେ ମେଣ୍ଟ ସମ୍ଭାବନା ଅଧିକ, ନିଷ୍ପତ୍ତି ଶୁଣାଇବେ କେନ୍ଦ୍ରୀୟ ନେତୃତ୍ବ

ଓଡ଼ିଶାରେ ମେଣ୍ଟ ସମ୍ଭାବନା ଅଧିକ । ଏଥର ଦିଲ୍ଲୀରେ ନିଷ୍ପତ୍ତି ଶୁଣାଇବେ କେନ୍ଦ୍ରୀୟ ନେତୃତ୍ବ । ରାଜ୍ୟ ବିଜେପି ନେତୃତ୍ବଙ୍କୁ ନିଷ୍ପତ୍ତି ଜଣାଇବେ ।

ଓଡ଼ିଶାରେ ମେଣ୍ଟ ସମ୍ଭାବନା ଅଧିକ । ଏଥର ଦିଲ୍ଲୀରେ ନିଷ୍ପତ୍ତି ଶୁଣାଇବେ କେନ୍ଦ୍ରୀୟ ନେତୃତ୍ବ । ରାଜ୍ୟ ବିଜେପି ନେତୃତ୍ବଙ୍କୁ ନିଷ୍ପତ୍ତି ଜଣାଇବେ । ଦିନେ ଦୁଇ ଦିନ ଭିତରେ ମେଣ୍ଟ ନେଇ ଚୂଡ଼ାନ୍ତ ଘୋଷଣା ହୋଇପାରେ । ରାଜ୍ୟ ବିଜେପି ନେତା ପୁଣି ଦିଲ୍ଲୀ ଯିବା ପରେ ମେଣ୍ଟ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି।ଅନ୍ୟପଟେ ଆସନ୍ତାକାଲି ଅମିତ ଶାହ ଓଡ଼ିଶା ଆସିବା ନେଇ ପୂର୍ବରୁ ସୂଚନା ମିଳିଥିଲା ।

ତେବେ ବିଧିବଦ୍ଧ କାର୍ଯ୍ୟକ୍ରମ ସ୍ଥିର ହୋଇନି । କାଲି ଅମିତ ଶାହଙ୍କର ତେଲଙ୍ଗାନାରେ ରାଜନୈତିକ କାର୍ଯ୍ୟକ୍ରମ ରହିଛି । ସେଠାରୁ ଫେରିବା ବେଳେ ଓଡ଼ିଶା ଆସିବେ କି ନାହିଁ ତାଉପରେ ରହିଛି ନଜର । ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ କିଛି ବିଜେପି ନେତାଙ୍କ ଦିଲ୍ଲୀ ଯିବା ପରେ ମେଣ୍ଟ କଳ୍ପନାଜଳ୍ପନା ପୁଣି ବଢିଛି ।

ଗତ ୧୦ ଦିନରେ ମନମୋହନ ସାମଲଙ୍କର ଏହା ତୃତୀୟ ଦିଲ୍ଲୀ ଗସ୍ତ । ୧ ତାରିଖରେ ଦିଲ୍ଲୀରୁ ଫେରିବା ପରେ ରାଜ୍ୟରେ ମେଣ୍ଟର କୌଣସି ସମ୍ଭାବନାକୁ ଖଣ୍ଡନ କରିଥିଲେ । ଏହାପରେ ୮ ତାରିଖରେ ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନଥିବା କହିଥିଲେ ମନମୋହନ । ଏବେ ତୃତୀୟ ଥର ଯାଇଛନ୍ତି ଦିଲ୍ଲୀ । ଫେରିବା ପରେ କଣ କହିବେ ତାକୁ ଅପେକ୍ଷା । ଶନିବାର ବିଜୟପାଲ ସିଂ ତୋମାର ଓଡ଼ିଶା ଆସିଥିଲେ । କହିଥିଲେ, ମେଣ୍ଟ ବାବଦରେ ସେ ଅବଗତ ନାହାନ୍ତି । ଏବେ ବିଜେପିର ଶୀର୍ଷ ନେତୃତ୍ବ କଣ ନିଷ୍ପତ୍ତି ନେବେ ତାଉପରେ ସମସ୍ତଙ୍କର ନଜର ରହିଛି । ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ ବୈଠକ ବସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.