ନିର୍ବାଚନୀ ବଣ୍ଡ ମାମଲା: SBI ର ଆବେଦନ ଖାରଜ, ଆସନ୍ତାକାଲି ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ
ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଆସନ୍ତାକାଲି ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ଆସନ୍ତାକାଲି ସୁଦ୍ଧା ଏସବିଆଇକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ତଥ୍ୟ ଦେବାକୁ ଜୁନ ୩୦ ଯାଏଁ ସମୟ ମାଗିଥିଲା ଏସବିଆଇ । ଷ୍ଟେଟ ବ୍ୟାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ ।

ଏସବିଆଇର ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୁପ୍ରିମକୋର୍ଟ ନିଜ ରାୟ ଶୁଣାଇଛନ୍ତି । ଆସନ୍ତାକାଲି ସୁଦ୍ଧା ଏସବିଆଇକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଆସନ୍ତାକାଲି ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧୀନରେ ଗଠିତ ଏହି ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ରାଜୀବ ଖନ୍ନା, ଜଷ୍ଟିସ ବି.ଆର ଗବଇ, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା ସାମିଲ ରହିଛନ୍ତି ।
ସେହିପରି ମାର୍ଚ୍ଚ ୧୫ ସୁଦ୍ଧା ଏହି ତଥ୍ୟ ଇସିଆଇ ତାଙ୍କ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ମାର୍ଚ୍ଚ ୬ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ତଥ୍ୟ ଦେବାକୁ ଜୁନ ୩୦ ଯାଏଁ ସମୟ ମାଗିଥିଲା ଏସବିଆଇ । ଷ୍ଟେଟ ବ୍ୟାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଏହାକୁ କୋର୍ଟ ଅବମାନନା ବୋଲି ଖଣ୍ଡପୀଠ କହିଛନ୍ତି ।
Supreme Court dismisses an application of State Bank of India (SBI) seeking an extension of time till June 30 to submit details of Electoral Bonds to the Election Commission of India.
Court asks SBI to disclose the details of Electoral Bonds by the close of business hours on… pic.twitter.com/f91v4no7MM
— ANI (@ANI) March 11, 2024
ସୂଚନା ଥାଉ କି, ଫେବୃଆରୀ ମାସରେ ନିର୍ବାଚନୀ ସ୍କିମ ଉପରେ ରୋକ ଲଗାଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ଷ୍ଟେଟ ବ୍ୟାଙ୍କକୁ ତାଗିଦ୍ କରିଛନ୍ତି ସୁପ୍ରିମ ଅଦାଲତ । ଗତ ୨୬ ଦିନରେ କେଉଁ ସବୁ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏଥିପାଇଁ ଆଡେଭୋକେଟ ସମୟ ମାଗିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଛନ୍ତି ମାର୍ଚ୍ଚ ୧୨ ତଥା ଆସନ୍ତାକାଲି ସୁଦ୍ଧା ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।