ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ, ଆଜି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ପରେ ଆଜି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ । ଓୟୁଏଟି ଫାର୍ମ ହାଉସ୍‌ ସମେତ ଏହାର ନିକଟବର୍ତ୍ତୀ ଅଞ୍ଚଳ ବୁଲିବେ । ସ୍ଥିତି କିପରି ରହିଛି ? କ’ଣ ନିଆଯାଇଛି ପଦକ୍ଷେପ ? କ’ଣ ପାଇଁ ବାର୍ଡ ଫ୍ଲୁ ବ୍ୟାପୁଛି ? ରାଜଧାନୀରେ ବାରମ୍ବାର ବାର୍ଡ ଫ୍ଲୁ ହେଉଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପରି ବିଷୟ ଉପରେ ଆଲୋଚନା ହେବ । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ ଆଲୋଚନା କରିବେ । ଏହା ପରେ ଓୟୁୁଏଟି ଯାଇ ସ୍ଥିତିର ଅନୁଧ୍ୟାନ କରିବେ ।

ସେପଟେ OUATରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ସମୀକ୍ଷା ଚାଲିଛି। ପ୍ରାଣୀ ସମ୍ପଦ ବିଭାଗ ସଚିବ ଆର.ରଘୁପ୍ରସାଦ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ସମୀକ୍ଷା କରୁଛନ୍ତି। ତାଙ୍କ ସହ ଖୋର୍ଦ୍ଧା CDVO ମଧ୍ୟ ଉପସ୍ଥିତ ଅଛନ୍ତି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ କରି ସ୍ଥିତି ସମୀକ୍ଷା କରାଯାଇଛି । ଭୁବନେଶ୍ୱର ଏମ୍‌ସ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ ସିଡିଏମ୍‌ଓଙ୍କୁ ସତର୍କ ରହିବାକୁ କୁହାଯାଇଛି । ସବୁଠି ଆଇସୋଲେସନ୍‌ ଓ୍ଵାର୍ଡ ଖୋଲିବାକୁ କୁହାଯାଇଛି । କୁକୁଡାମରା ଅଭିଯାନରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମେଡିସିନ୍‌ ଖାଇବାକୁ ଦିଆଯାଇଛି । ଆଜି ତୃତୀୟ ଦିନରେ ବି କୁକୁଡା ମରା ଅଭିଯାନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.