Below header

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣା: ଭବାନୀପାଟଣାରେ ପହଞ୍ଚିଲେ ୩ ଜଣିଆ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ୍ ଭବାନୀପାଟଣା ପହଞ୍ଚିଛନ୍ତି । ଅନୁଧ୍ୟାନକାରୀ ଟିମ୍ ଭବାନୀପାଟଣାରେ ପହଞ୍ଚିବା ପରେ ଆରସିସିଏଫ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଓ ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା କାଲି ଟିମ୍ କର୍ଲାପାଟ ଅଭୟାରଣ୍ୟ ଗସ୍ତ କରିବ । ହାତୀ ମୃତ୍ୟୁର କାରଣ ହେମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି କୁହାଯାଉଛି ।

cental team '

ଅଭୟାରଣ୍ୟରେ କିଭଳି ବ୍ୟାପିଲା ଅଧିକ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍ । ହାତୀଙ୍କ ସୁରକ୍ଷା ନେଇ ପରାମର୍ଶ ବି ଦେବ । କେନ୍ଦ୍ର ଓ୍ଵାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ରିପୋର୍ଟ ପରିବର୍ତ୍ତନ କରିବ ଉଚ୍ଚସ୍ତରୀୟ କମିଟି । କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନରେ ୬ଟି ହାତୀଙ୍କ ଅକାଳ ବିୟୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.