ଚନ୍ଦନପୁର ଥାନା ପୋଲିସ ଦ୍ଵାରା ୬ ଡକାୟତ ଗିରଫ, ଏମାନଙ୍କ ଟାର୍ଗେଟ ଥିଲା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

ପୁରୀ(କେନ୍ୟୁଜ୍): ପୁରୀ ପୋଲିସକୁ ପୁଣି ସଫଳତା। ଚନ୍ଦନପୁର ଥାନା ପୋଲିସ ଦ୍ଵାରା ୬ ଡକାୟତ ଗିରଫ। ପୋଲିସ ଏହି ଅଭିଯୁକ୍ତ ମାନଙ୍କ ଠାରୁ ୨୦ ଟି ମୋବାଇଲ, ଦୁଇଟି ବନ୍ଧୁକ, ୪ଟି ବାଇକ ସହ ୩୭୩୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନାରାୟଣ ମଲ୍ଲିକ, ବିଜୟ ମଲ୍ଲିକ, ସତ୍ୟମ ମହାପାତ୍ର, ରାଜେଶ ପଟ୍ଟନାୟକ, ପ୍ରଶାନ୍ତ ବେହେରା ଏବଂ ଜଗୁ ନାୟକ।

ଏହି ଅଭିଯୁକ୍ତ ମାନେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଓ ଜଗନ୍ନାଥ ସଡକରେ ଯାତାୟତ କରୁଥିବା ପର୍ଯ୍ଯଟକ ଓ ଲୋକମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଜୋରଜବରଦସ୍ତ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଛଡାଇ ନେଉଥିଲେ। ତେବେ ଲୁଟର ଶୀକାର ହେଉଥିବା ବ୍ଯକ୍ତି ମାନେ ଥାନାରେ ଅଭିଯୋଗ କରିବା ପରେ ଚନ୍ଦନପୁର ଥାନା ପୋଲିସ ଏହି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇ କହିଛନ୍ତି।

You might also like