ଏଲଇଡି ବିଝେଇ ଗାଡି ଲୁଟିନେଲେ ଦୁର୍ବୃତ୍ତ, ୩୦ଲକ୍ଷ ଟଙ୍କାର ସାମଗ୍ରୀ ଥିବା ଅଭିଯୋଗ

ଖୋର୍ଦ୍ଧା(କେନ୍ୟୁଜ୍): ଏଲଇଡି ବୋଝେଇ ଟାଟା ଏସଇ ଗାଡି ଲୁଟ୍ । ପୋଲିସର ଛନଭିନ୍ ଆରମ୍ଭ । ମିଳିଥିବା ସୂଚନା ଅନୁଯାୟୀ ୫୭ ନଂ ଜାତୀୟ ରାଜପଥର ବାଘମାରି ଥାନା ଅନ୍ତର୍ଗତ ବାଘମାରି ରାସ୍ତାରେ ଥିବା ପୋଖରୀ ନିକଟରେ ଏଲଇଡି ବୋଝେଇ ଟାଟାଏସଇ ଗାଡିରୁ ଏକ କାରରେ ୫ରୁ ଊର୍ଦ୍ଧ୍ଵ ଦୁର୍ବୃତ୍ତ ଆସି ଲୁଟି ନେଇଥିଲେ। ପ୍ରଥମେ ଡ୍ରାଇଭର ମାଡ଼ ମାରିଥିଲେ । ଏହାପରେ ଗାଡି ସହ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଗାଡ଼ିରେ ୧୨ଟି ଏଲଇଡି ,ମିକ୍ସର ମେସିନ,ପ୍ରୋସେସର,ଲାପଟପ,ମୋବାଇଲ ଥିବା ସୂଚନା ମିଳିଛି । ଜିଉଦୟଗିରି ରୁ ଏକ କାର୍ଯ୍ଯକ୍ରମ ସାରି ଟାଟା ଏସଇରେ ଭୁବନେଶ୍ୱର ଫେରୁଥିଲେ । ଅଭିଯୋଗ ପାଇ ବାଘମାରି ପୋଲିସ ତଦନ୍ତ ଆରମ୍ଭ କରିଛି ।