କରଞ୍ଜିଆ ବନଖଣ୍ଡକୁ ବାହୁଡ଼ିଲେ ୨୦ ଟିକିଆ ହାତୀପଲ, ଆତଙ୍କରେ ନିଆଁ ହୁଳା ଧରି ଜଗିଲେ ଲୋକେ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଦୀର୍ଘଦିନ ପରେ ଝାଡ଼ଖଣ୍ଡ ରାଜ୍ୟରୁ ଫେରିଲେ ହାତୀପଲ । ଏହି ହାତୀପଲରେ ୨୦ ଟି ହାତୀ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରେ ରରୁଆ ବ୍ଲକ ଅନ୍ତର୍ଗତ ଜାମୁତି ଦେଇ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରବେଶ କରିଥିଲେ ହାତୀ ପଲ । ଆଜି ୨୦ ଟିକିଆ ହାତୀ ପଲ ବାରିଆ ଜଙ୍ଗଲରେ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗତକାଲି ହାତୀପଲ କୌଣସି କ୍ଷୟକ୍ଷତି କରି ନଥିବାର ବନବିଭାଗ ସୂଚନା ଦେଇଛନ୍ତି । ଅନ୍ୟପଟେ ୨୦ ଟି ହାତୀପଲକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ନିଆଁ ହୁଳା ଧରି ଜଗି ଲୋକେ ଜଗିଥିବାର ଦେଖିବାକୁ ମିଳିଥିଲା। ବିଶେଷ କରି କରଞ୍ଜିଆ ଏବଂ ଶୁକୃଳି ବ୍ଳକରେ ହାତୀକୁ ନେଇ ଆତଙ୍କ ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.