Below header

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଲା ଅଘଟଣ: ଭିଣୋଇର ଟାଙ୍ଗିଆ ଚୋଟରେ ଗଲା ଶାଳିର ଜୀବନ

ରେଢାଖୋଲ(କେନ୍ୟୁଜ୍): ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତ କାଣ୍ଡ ତଇଲା ଗ୍ରାମରେ ଅଭାବନୀୟ ଘଟଣା । ଭିଣୋଇର ଟାଙ୍ଗିଆ ଚୋଟରେ ଶାଳର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ସଂନ୍ଧ୍ୟା ସମୟରେ କାଣ୍ଡ ତଇଲା ଗ୍ରାମର ଭିଣୋଇ ଚରଣ ବାଘ ଓ ଶାଳି ସରସ୍ୱତୀ ଭୋଇଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗିରହିଥିଲା । ଯାହାଫଳରେ ଦୁହିଁଙ୍କ ମଧ୍ୟରେ ବଚସା ବଢି ଯାଇଥିଲା।

ହଠାତ୍ ଭିଣୋଇ ଚରଣ ବାଘ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଶାଳି ସରସ୍ୱତୀ ଭୋଇଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲା । ସରସ୍ୱତୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ଯୁ ହୋଇଥିବା ବେଳେ , ଘଟଣାପରେ ଭିଣୋଇ ଫେରାର୍ ହୋଇଥିବା ଜଣାପଡିଛି । ଏହି ଖବର ରେଢାଖୋଲ ପୋଲିସ୍ ପାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.