ଆଜି ଶ୍ରୀଜିଉଙ୍କ ଖସାପଡା ନୀତି, ଅପରାହ୍ନ ୪ଟାରୁ ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ପୁରୀ(କେନ୍ୟୁଜ୍): ଆଜି ଶ୍ରୀଜିଉଙ୍କ ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପାଦନ କରିବେ । ୪ଘଣ୍ଟା ଧରି ନୀତି ଚାଲିବ । ଖସାପଡା ନୀତିରେ ଶ୍ରୀଜିଉଙ୍କ ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ଏଥିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ ।

ବର୍ଷରେ ଦୁଇରୁ ୩ଥର ଏହି ସମ୍ପାଦନ ହୋଇଥାଏ । ଆଗକୁ ଦେବସ୍ନାନ ପୁର୍ଣ୍ଣିମା ଓ ଘୋଷଯାତ୍ର ରହିଥିବାରୁ ଶ୍ରୀଜିଉ ପହଣ୍ଡି ହେବେ । ତେଣୁ ଏହା ପୂର୍ବରୁ ଆଜି ଖସାପଡା ନୀତି କରାଯିବ । ନୀତି ପାଇଁ ଅପରାହ୍ନ ୪ଟାରୁ ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.