ଶନିବାର ଦିନ କରନ୍ତୁ ଏହି ସହଜ କାର୍ଯ୍ୟ, ପ୍ରସନ୍ନ ହୋଇଯିବେ ଶନି ଦେବ ବଦଳାଇ ଦେବେ ଭାଗ୍ୟ

ଶନିବାର ଦିନ ଶନିଦେବଙ୍କ ପୂଜାର ବିଧାନ ରହିଛି | ଶନିଦେବ ନ୍ୟାୟର ଦେବତା ଭାବେ ଜଣା ଯାଆନ୍ତି | କୁହନ୍ତି ଶନି ଦେବ ଭଲ ଓ ଖରାପ କର୍ମର ହିସାବ ରଖନ୍ତି | ଜୀବନରେ ଖରାପ କର୍ମ କରୁଥିବା ଲୋକଙ୍କୁ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ | ଭଲ କାମ କରୁଥିବା ବ୍ୟକ୍ତିକୁ ଶନିଦେବ ଭଲ ଫଳ ଦେଇଥାନ୍ତି |

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର କରନ୍ତୁ ଏହି କାମ | ଶନିଦେବ ପ୍ରସନ୍ନ ହୋଇ ସବୁ କଷ୍ଟ ଦୂର କରିବା ସହ ମନସ୍କାମନା ପୂର୍ଣ ହୋଇଥାଏ | ଆସନ୍ତୁ ଜାଣିବା ଶନିବାର ଦିନ କି ଉପାୟ କଲେ ପ୍ରସନ୍ନ ହୋଇଥାନ୍ତି ଶନିଦେବ |

ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ :

–  ଶନିଦେବଙ୍କ କୁ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଶନିବାର ବଜରଙ୍ଗବାଲୀଙ୍କୁ ସିନ୍ଦୁର ଓ ଚାମିଲି ତେଲ ଚଢାନ୍ତୁ | ଏହି ଦିନ ହନୁମାନ ଚାଳିଶା ପାଠ     କରନ୍ତୁ | ଏହା କୁହାଯାଇଛି ଯେ ହନୁମାନ ଭକ୍ତଙ୍କୁ ଶନିଦେବ କଷ୍ଟ ଦେଇନଥାନ୍ତି |

  ନିୟମିତ ଅଶ୍ୱସ୍ତ ଗଛରେ ଜଳ ଦେଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି | ଏଥି ସହ 7 ଥର ଅଶ୍ୱସ୍ତ ଗଛ ପରିକ୍ରମା କରନ୍ତୁ |

ଶନିବାର ଶନି ମନ୍ଦିର ଯାଇ ଶନିଦେବଙ୍କୁ ତେଲ ଅଭିଷେକ କରନ୍ତୁ ଓ କଳା ରାଶି ଅର୍ପଣ କରନ୍ତୁ | ଏହି ଦିନ ସ୍ନାନ ପରେ ଗୋଟେ ଗିନା ତେଲରେ ନିଜ ପ୍ରତିବିମ୍ବ ଦେଖି କାହାକୁ ଦାନ କରନ୍ତୁ,ଶୁଭ ଫଳ ପାଇବେ |

ଶନିବାର ଶନିଦେବଙ୍କୁ ବିଧି ପୂର୍ବକ ପୂଜା କରି ନୀଳ ଫୁଲ ଅର୍ପଣ କରନ୍ତୁ |

ଶନିବାର ସୂର୍ଯ୍ୟାସ୍ତ ପରେ ଶୂନଶାନ ସ୍ଥାନରେ ଥିବା ଅଶ୍ୱସ୍ତ ଗଛ ନିକଟରେ ଦୀପ ଜଳାନ୍ତୁ | ଅଶ୍ୱସ୍ତ ଗଛ ନଥିଲେ ମନ୍ଦିରରେ ଦୀପ ଜଳାନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.