ପଞ୍ଚମ ପର୍ଯ୍ୟାୟ ଭୋଟ ବେଳେ ବି ବିଶୃଙ୍ଖଳା: କେଉଁଠି ଭୋଟ ବାକ୍ସ ପୋଖରୀରେ ଫିଙ୍ଗିଲେ ତ କେଉଁଠି ବାଲାଟ ପେପର ନେଇ ପଳାଇଲେ

କେନ୍ୟୁଜ୍(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ପୁଣି ବିଶୃଙ୍ଖଳା । ଧାମନଗର ବ୍ଲକରେରେ ପୁଣି ନିର୍ବାଚନୀ ବିଶୃଙ୍ଖଳା । କଟ ସାହି ପଞ୍ଚାୟତର ୧ ନମ୍ବର ୱାର୍ଡର ଭୋଟ ରିଗିଂ ନେଇ ବୁଥରେ ଉତ୍ତେଜନା ଲାଗି ରହିଥିଲା। ଏହି ବୁଥର ପୁଲିଂ ଏଜେଣ୍ଟଙ୍କୁ ଆକ୍ରମଣ  ହୋଇଥିବା ଅଭିଯୋଗ ହୋଇଛି।  ଗଣ୍ଡଗୋଳ ପରିସ୍ଥିତି ଭିତରେ ବାଲାଟ ପେପର ନେଇ କିଛି ଦୁର୍ବୃତ୍ତ ପଳାଇଥିବା ଅଭିଯୋଗ ହୋଇଛି। ଏହି ବୁଥରେ ବର୍ତ୍ତମାନ ସମୟରେ ଭୋଟ ଦାନ ବନ୍ଦ ଥିବା ସୂଚନା ମିଳିଛି। ବିଶୃଙ୍ଖଳା ଘଟାଇଥିବା କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।

ସେହିପରି କଟକ ଜିଲ୍ଲା ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତ ୮ ନମ୍ବର ବୁଥରେ ମତଦାନ ବନ୍ଦ। ଜବରଦସ୍ତ ମତଦାନ ଅଭିଯୋଗ  ପରେ ମତଦାନ ବନ୍ଦ ରହିଛି। ଏହା ସହ ନିଆଳି ପୋଖରୀ ଗାଁ ୧୯ ନମ୍ବର ବୁଥର ଭୋଟ ବାକ୍ସ ପୋଖରୀରେ ଫିଙ୍ଗି ଦେଇଛନ୍ତି  ଦୁବୃତ୍ତ। ଏଥିପାଇଁ ଅଧାରୁ ଅଟକି ରହିଛି ମତଦାନ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଖରୀ ଗାଁରେ ଗ୍ରାମବାସୀ ମାନେ  ରାସ୍ତା ଅବରୋଧ କରିଛନ୍ତି।

ଆଜି ସରିବ ପଞ୍ଚାୟତ ଭୋଟ୍‌। ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୪୦% ମତଦାନ ହୋଇଛି। ୨୫ ଜିଲ୍ଲାର ୪୮ଟି ବ୍‌୍ଲକର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ମତଦାନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେଉଛନ୍ତି ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ ହଜାର ୫୧୪ ବୁଥ୍‌ ପ୍ରସ୍ତୁତ କରାଯାଇଛି। ସେଭିତରୁ ୨ହଜାର ୨୭ଟି ବୁଥ୍‌ ସମ୍ବେଦନଶୀଳ। ମୋଟ ୪୧ ଲକ୍ଷ ୮୮ ହଜର ୩୮୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ୧୫ ବର୍ଷ ପରେ ସ୍ୱାଭିମାନ୍‌ ଅଞ୍ଚଳରେ ଭୋଟ ଗ୍ରହଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.