Below header

ଲାଇଭ ଶୋ’ ପାଇଁ ମନା କରିବାରୁ ସୋନୁ ନିଗମଙ୍କୁ ଧମକ, ଅଶାଳୀନ ଭାଷାରେ ମେସେଜ୍‌ ପଠାଇଲେ ବିଏମ୍‌ସି ମୁଖ୍ୟଙ୍କ ସମ୍ପର୍କୀୟ

ବଲିଉଡର ଜଣାଶୁଣା ଗାୟକଙ୍କ ମଧ୍ୟରେ ସୋନୁ ନିଗମ ଅନ୍ୟତମ। ସେ ବଲିଉଡକୁ ଅନେକ ସୁପରହିଟ୍‌ ଗୀତ ଭେଟି ଦେଇଛନ୍ତି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସେ ଅନେକ ଲାଇଭ ଶୋ’ କରିଛନ୍ତି। ଏହି ଲାଇଭ ଶୋ’ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ। ଏବେ ଖବର ଆସିଛି ଯେ ବିଏମ୍‌ସି ମୁଖ୍ୟ ଇକଓ୍ଵାଲ ସିଂହ ଚହଲଙ୍କ ସମ୍ପର୍କୀୟ ରାଜିନ୍ଦର ସୋନୁ ନିଗମଙ୍କୁ ଧମକ ଦେଇଛନ୍ତି।

ରିପୋର୍ଟ ମୁତାବକ, ସୋନୁ ନିଗମଙ୍କର ଜଣେ ନିକଟତମ ବନ୍ଧୁ କହିଛନ୍ତି, ଇକଓ୍ଵାଲ ସିଂହ ଚହଲ ତାଙ୍କ ସମ୍ପର୍କୀୟ ରାଜିନ୍ଦରଙ୍କ ପାଇଁ ବିଦେଶରେ ଏକ ମ୍ୟୁଜିକ୍‌ କନସେଣ୍ଟ କରିବାକୁ ସୋନୁଙ୍କୁ ଅନୁରୋଧ କରିଥିଲେ। ସୋନୁଙ୍କ ଇଣ୍ଟରନ୍ୟାସନାଲ କନସେଣ୍ଟ କାମ ପ୍ରମୋଟର ରକି ବୁଝନ୍ତି। ସୋନୁ ରାଜିନ୍ଦରଙ୍କୁ ରକି ସହ କଣ୍ଟାକ୍ଟ କରିବା ପାଇଁ କହିଥିଲେ, ଏହା ରକିଙ୍କୁ ପସନ୍ଦ ଆସିନଥିଲା। ଏହାପରେ ରାଜିନ୍ଦର ସୋନୁଙ୍କୁ ଧମକ ଦେବା ସହ ଅପମାନଜନକ ମ୍ୟାସେଜ୍‌ କରିଥିଲେ। ଯାହାର ସ୍କିନ୍‌ସଟ ଏବେ ବି ଇଣ୍ଟରନେଟରେ ଭାଇରାଲ ହେଉଛି।

whatsapp
Image credit; Twitter

ରାଜିନ୍ଦର ମ୍ୟାସେଜ୍‌ରେ ସୋନୁଙ୍କୁ ଧମକ ଦେଲାଭଳି ଶବ୍ଦ ବ୍ୟବହାର କରିଛନ୍ତି ଯାହାର ତଦନ୍ତ ହେବା ଆବଶ୍ୟକ। ରାଜିନ୍ଦର ବ୍ୟବହାର କରିଥିବା ଭାଷା ଅଶୋଭନୀୟ ଓ ଏହା ସୋନୁ ନିଗମଙ୍କୁ ଆଘାତ ଦେଇଛି। ସୋନୁ ଭାରତର ସମ୍ମାନନୀୟ ଗାୟକ ଓ ତାଙ୍କୁ ଲୋକମାନେ ବହୁତ ଭଲ ପାଆନ୍ତି। ସୋନୁଙ୍କ ପାଖରେ ଏବେ ମଧ୍ୟ ରାଜିନ୍ଦରର ଅଡିଓ ଓ ସ୍କିନ୍‌ସଟ ରହିଛି।

ସୂଚନା ଯୋଗ୍ୟ, ରାଜିନ୍ଦର ପୂର୍ବରୁ ଗାୟକ ପଲକ ମୁଛଲଙ୍କୁ ଧମକ ଦେଇଥିଲେ। ଏହା ସହ ପଲକଙ୍କ ମାଆଙ୍କୁ ମଧ୍ୟ ଏହି ଭଳି ମ୍ୟାସେଜ୍‌ କରିଥିଲେ। ସୋନୁ ଏହି ଭଳି ଅନେକ ଲୋକଙ୍କୁ ଜାଣିଛନ୍ତି ଯେଉଁମାନେ ରାଜିନ୍ଦରଙ୍କ ଦ୍ୱାରା ଅପମାନ ହୋଇଛନ୍ତି। ରାଜିନ୍ଦର ନିଜ ଦାଦା ପୁଅ ଇକଓ୍ଵାଲ ସିଂହ ଚହଲଙ୍କ ନାଁ ନେଇ ଲୋକଙ୍କୁ ବ୍ଲାକମେଲ କରୁଛନ୍ତି। ସୋନୁ ଏହି ମାମଲାକୁ ଅତି ଶୀଘ୍ର ସମାଧାନ କରିବା ପାଇଁ ଚାହୁଁଛନ୍ତି । କାରଣ ସେ ଚାହୁଁଛନ୍ତି ଏଭଳି ଅପମାନ ଆଉ କାହାକୁ କରା ନଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.