ବହୁଚର୍ଚ୍ଚିତ ଗୁଣୁପୁର ପୁଟାସିଂ ଗୁଣିଗାରେଡ଼ି ହତ୍ୟା ମାମଲା : ୯ ଜଣଙ୍କ ମୃତ୍ୟୁଦଣ୍ଡାଦେଶର ପୁନର୍ବିଚାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗୁଣୁପୁର (କେନ୍ୟୁଜ୍) : ବହୁଚର୍ଚ୍ଚିତ ଗୁଣୁପୁର ପୁଟାସିଂ ଗୁଣିଗାରେଡ଼ି ହତ୍ୟା ମାମଲାରେ ୯ ଜଣଙ୍କ ମୃତ୍ୟୁଦଣ୍ଡାଦେଶର ପୁନର୍ବିଚାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିବା ସହ ମାମଲାର ପୁନର୍ବିଚାର କରିବାକୁ ହାଇକୋର୍ଟ ଗୁଣୁପୁର ଏଡିଜେ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅମିକସ କ୍ୟୁରୀ ରତିକାନ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାମଲାର ଚାର୍ଜଫ୍ରେମରେ ଧାରା ୩୬୫ ନଥିବା ବେଳେ ଏହି ଅନୁସାରେ ଦଣ୍ଡାଦେଶ କରାଯାଇଛି । ତେବେ ଆଇପିସିର ଧାରା ୩୬୪ ଓ ୩୬୫ରେ ଚାର୍ଜଫ୍ରେମ କରି ପୁନର୍ବିଚାର କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଅଭିଯୋଗ ଅନୁଯାୟୀ, ଗତ ୨୦୧୬ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ପୁଟାସିଂରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.