Below header

ବିଲେଇକୁ ଡରାଉଛି କାକୁଡ଼ି! ଦେଖନ୍ତୁ ଏହି ମଜାଦାର ଭିଡିଓ

ଭିଡିଓଟି ଖୁବ୍‌ ମଜାଦାର। ଏକ ବିଲେଇକୁ ତା’ର ମାଲିକ କିପରି କାକୁଡ଼ି ପକାଇ ଡରାଉଛନ୍ତି, ତାହା ଏଥିରେ ଦେଖିବାକୁ ମିଳୁଛି। ବିଲେଇଟି ତା’ ସାଥୀ ସହ ମିଶି ଖାଦ୍ୟ ଖାଉଥିବା ବେଳେ ପଛପଟେ ଏକ କାକୁଡ଼ି ପଡ଼ିଛି। ଯେତେବେଳେ ସେ ପଛକୁ ବୁଲୁଛି, ହଠାତ୍‌ ଭୟଭୀତ ହୋଇଯାଇ ଖୁବ୍‌ ଜୋର୍‌ରେ ଡେଉଁଛି।

କାକୁଡ଼ିକୁ ଦେଖି ଗୃହପାଳିତ ବିଲେଇର ଏଭଳି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ୟୁଜରମାନେ ଏହାର ଖୁବ୍‌ ମଜା ନେଉଛନ୍ତି। ଭିଡିଓରେ ମାଲିକ ଜଣକ ଦେଖିବାକୁ ଚାହିଁଛନ୍ତି, ତାଙ୍କ ବିଲେଇଟି କାକୁଡ଼ିକୁ ଦେଖି କିଭଳି ପ୍ରତିକ୍ରିୟା ଦେଉଛି। କିନ୍ତୁ ଭିଡିଓଟି କେଉଁଠିକାର ତାହା ଜଣାପଡ଼ିନାହିଁ।

1122

ଏହାସହ ପଢ଼ନ୍ତୁ: ନରମ କଣ୍ଢେଇ ଦେଇ ଛାତ୍ରମାନଙ୍କୁ ପୁରସ୍କୃତ କରୁଛନ୍ତି ଏହି ପ୍ରଫେସର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ତେବେ ଭିଡିଓକୁ ଦେଖିଲା ପରେ ପଶୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଯଦି ଆପଣ କୌଣସି ପଶୁପକ୍ଷୀଙ୍କୁ ହଇରାଣ କରୁଛନ୍ତି, ଏହା ଆଦୌ ଭଲ ନୁହେଁ ବୋଲି କହିଛନ୍ତି ଦକ୍ଷିଣ କାର୍ଲିଫର୍ଣ୍ଣିଆର ଜଣେ ପଶୁ ବିଶେଷଜ୍ଞ ଜିଲ୍‌ ଗୋଲ୍ଡମ୍ୟାନ୍‌।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.