ବାଙ୍କୀ : ଉଦ୍ଧାର ଦଳୀତ ନାବାଳିକାଙ୍କୁ ପୋଲିସର ଚାପ ପ୍ରୟୋଗ ଅଭିଯୋଗ, ପ୍ରତିବାଦରେ ଗ୍ରାମବାସୀଙ୍କ ହୋହଲ୍ଲା

ବାଙ୍କୀ (କେନ୍ୟୁଜ୍) : ଗୋପାଳପୁର ଗାଁର ଉଦ୍ଧାର ଦଳୀତ ନାବାଳିକାଙ୍କୁ ପୋଲିସର ଚାପ ପ୍ରୟୋଗ ଅଭିଯୋଗ । ବାଙ୍ଗୀ ପୋଲିସ ନାବାଳିକାଙ୍କୁ ମାଡ ମାରି କୋର୍ଟରେ ବୟାନ ବଦଳାଇବାକୁ ବାଧ୍ୟ କରୁଥିବାର ସଙ୍ଗୀନ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମା’ ।  ପ୍ରତିବାଦରେ ଗାଁ ଲୋକ ବାଙ୍କୀ ଥାନାରେ ହୋହଲ୍ଲା କରିଛନ୍ତି । ଗତ ୩ ତାରିଖ ସଂଧ୍ୟାରେ ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ନାବାଳିକାଙ୍କୁ ଉଠାଇ ନେଇଥିଲେ । ଦୁବୃର୍ତ୍ତମାନେ ନାବାଳିକାଙ୍କୁ ସୁରଟ ନେବା ପାଇଁ ଯୋଜନା କରୁଥିବା ବେଳେ ଅନ୍ୟମନସ୍କର ସୁଯୋଗ ନେଇ ଖସି ଆସିବାରେ ସକ୍ଷମ ହୋଇଥିଲେ ନାବାଳିକା । ପରେ ନାବାଳିକା ମାମୁଘରୁ ଉଦ୍ଧାର ହୋଇଥିଲେ । ଏପଟେ ନାବାଳିକାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦଳିତ ମହାସଂଘ ଦାବି କରିଛି ।

 

Leave A Reply

Your email address will not be published.