ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ପାଇଁ ଆଜି ବସିବ ଛତିଶା ନିଯୋଗ ବୈଠକ

ଆଜି ଅପରାହ୍ଣ ୫ଟାରେ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। । ବୈଠକରେ ମୁଖ୍ୟତଃ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ନୀତି ର୍ନିଘଣ୍ଟ କରାଯିବ ।

ପୁରୀ (କେନ୍ୟୁଜ): ଆଜି ଛତିଶା ନିଯୋଗ ବୈଠକ। ନିର୍ଘଣ୍ଟ ହେବ ଚନ୍ଦନ ଯାତ୍ରା ନୀତି। ଆଜି ଅପରାହ୍ଣ ୫ଟାରେ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ମୁଖ୍ୟତଃ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ନୀତି ର୍ନିଘଣ୍ଟ କରାଯିବ । ଆସନ୍ତା ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହିଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଯାତ୍ରା ନୀତି କିପରି ଶୃଙ୍ଖଳିତ ଭାବେ ଶେଷ ହେବ ତାହା ଉପରେ ଆଲୋଚନା କରାଯିବ। ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବୈଠକରେ ହେବ ଆଲୋଚନା ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.