ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡପ ମଣ୍ଡପରେ ଲାଗି ହେବ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ

ପୁରୀ(କେନ୍ଯୁଜ୍): ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଆଡ଼ପମଣ୍ଡପ ବିଜେ କରିଛନ୍ତି ମହାପ୍ରଭୁ । ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ ଲାଗି ହେବ । ତେଣୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଆଡପ ଅବଢା ମିଳିବ । ଏଥିପାଇଁ ଗୁଣ୍ଡିଚା ମନ୍ଦିରଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଧାଡିରେ ଆସି ମହାପ୍ରସାଦ ନେବେ ଭକ୍ତ ।

ମହାପ୍ରସାଦ ଦେବା ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସୁଆର ମହାସୁଆର ନିଯୋଗକୁ ଦିଆଯାଇଛି ଏହି ଦାୟିତ୍ୱ । ଏଥିପାଇଁ ମନ୍ଦିର ଦକ୍ଷିଣ ଦ୍ୱାର ଓ ଉତ୍ତର ଦ୍ୱାରରେ ଦୁଇଟି କାଉଣ୍ଟର ଖୋଲାଯାଇଛି। ଏହାସହ ଏକ ନମ୍ବର ମଧ୍ୟ ଜାରି ହୋଇଛି। ନମ୍ବରରେ ଯୋଗାଯୋଗ କରି ଭକ୍ତ ମହାପ୍ରସାଦ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.